fbpx

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ମୟୂରଭଞ୍ଜ,୧୪ ।୨(ଓଡିଶା ଭାସ୍କର): ପାରିବାରିକ କଳହର କରୁଣ ପରିଣତି । ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗ୍ରାମରେ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳ ସମୟରେ ପୁଅ ରମେଶ ସୋରେନ ଏବଂ ବାପା ରାବଣ ସୋରେନ ଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ରମେଶ ଏକ ଟାଙ୍ଗିଆ ସାହାଯ୍ୟରେ ବାପାକୁ ଅତି ନୃଶଂସ ଭାବରେ ହତ୍ୟା କରିଥିଲେ । ଖବରପାଇ ରାସଗୋବିନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅକୁ ଅଟକ ରଖିବା ସହ ଏଥିରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଏବଂ ଲୁହା ପାଇପକୁ ଜବତ କରିଛି । ଶବ ବ୍ୟବଛେଦ ପାଇଁ ପଠାଇବାର ବ୍ୟବସ୍ଥା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.