fbpx
BSKY
BJD SHG SKY
BJD YOUTH SKY

ଝାରସୁଗୁଡ଼ାରେ ଅଘଟଣ: ମାଆ ଓ ସ୍ତ୍ରୀକୁ ଶିଳପୁଆରେ ଛେଚି ହତ୍ୟା କଲା ପୁଅ!

ଝାରସୁଗୁଡ଼ା(ଓଡିଶା ଭାସ୍କର): ମା’ ଓ ସ୍ତ୍ରୀକୁ ହତ୍ୟା କରିଛି ପୁଅ । ଘର ଭିତରୁ ଶାଶୁ ବୋହୂଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା କତରବଗା ପଞ୍ଚ।।ୟ ମିସ୍ତ୍ରୀପଡ଼ା ଅଞ୍ଚଳରେ ଘଟିଯାଇଛି ।

ସୂଚନା ଅନୁସାରେ, ଉଭୟ ମା ଓ ସ୍ତ୍ରୀଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଛି ପୁଅ । ସେପଟେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ । ପାରିବାରିକ କଳହରୁ ପୁଅ ଶିଳପୁଆରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.