fbpx

ରକ୍ତର ଆଉ ତିନୋଟି ରଙ୍ଗ: ଜାଣନ୍ତୁ ମଣିଷ ଏବଂ ପଶୁଙ୍କ ବ୍ଲଡରେ କ’ଣ ଥାଏ ପାର୍ଥକ୍ୟ

ଶରୀର ଏବଂ ଶରୀରର ବିଭିନ୍ନ ଅଙ୍ଗକୁ ନେଇ ଲଗାତାର ରିସର୍ଚ୍ଚ ଜାରି ରହିଛି । ଏହି ରିସର୍ଚ୍ଚ ଭିତରେ ରକ୍ତ ଏବଂ ଏହାର ରଙ୍ଗକୁ ନେଇ ଆସିଛି ନୂଆ ତଥ୍ୟ । ରକ୍ତର ରଙ୍ଗ ଲାଲ୍ ବୋଲି ଆମେ ସମସ୍ତେ ଜାଣିଛନ୍ତି ଆଉ ଦେଖିଛନ୍ତି ମଧ୍ୟ । କିନ୍ତୁ ଏହା ଭୁଲ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ରକ୍ତ କେବଳ ଲାଲ ନୁହେଁ, ଏାର ୪ଟି ରଙ୍ଗ ଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି । ତେବେ ଏହା ଅଲଗା ଅଲଗା ଜୀବଙ୍କ ଶରୀରରେ ଦେଖାଯାଇଥାଏ ।

इंसानों का खून लाल होता है लेकिन कई अन्य जीवों के खून का रंग अलग-अलग होता है. (फोटोः गेटी)

ରକ୍ତର ୪ଟି ରଙ୍ଗରେ ବହିଥାଏ । ଲାଲ ବ୍ୟତୀତ ନୀଳ ରକ୍ତ(), ସବୁଜ ରକ୍ତ() ଏବଂ ବାଇଗଣୀ ରକ୍ତ() ମଧ୍ୟ ରହିଛି । ତେବେ ଅଲଗା ଅଲଗା କାମ ପାଇଁ ଅଲଗା ରଙ୍ଗର ଏବଂ ଭିନ୍ନ ଭିନ୍ନ ଜୀବଙ୍କ ଦେହରେ ରକ୍ତ ପ୍ରବାହିତ ହୋଇଥାଏ । ମଣିଷ ବ୍ୟତୀତ ଅଧିକାଂଶ ମେରୁଦଣ୍ଡୀ ପ୍ରାଣୀମାନଙ୍କ ଦେହରେ ପ୍ରବାହିତ ହୋଇଥାଏ ଏହି ଲାଲ ରକ୍ତ । ହିମୋଗ୍ଲୋବିନ ହେଉଛି ଏହି ରକ୍ତର ରାସାୟନିକ ମିଶ୍ରଣ । ଏହାର ସବ ୟୁନିଟ ହିମରେ ଅଧିକ ପରିମାଣରେ ଆଇରନ ଭରି ରହିଥାଏ । ଏଥିପାଇଁ ଅକ୍ସିଜେନ ନେବା ବେଳେ ଏଥିରେ ପ୍ରସ୍ତୁତ ହେଉଥିବା ରାସାୟନିକ ଆକୃତି ଏହାକୁ ଲାଲ ରଙ୍ଗ ଦେଇଥାଏ ।

ऑक्टोपस और स्क्विड जैसे जीवों के खून का रंग नीला होता है, लेकिन कमाल यहां भी ऑक्सीजन का ही है. (फोटोः गेटी)

ତେବେ ସାମୁଦ୍ରିକ ଜୀବମାନଙ୍କ ଦେହରେ ପ୍ରାୟତଃ ନୀଳ ରକ୍ତ ଦେଖାଯାଇଥାଏ । ଅକ୍ଟୋପସ୍, ସ୍କ୍ୱିଡ, ମୋଲସ୍କ, କ୍ରଷ୍ଟେସିୟନ ଏବଂ ବୁଡିଆଣୀ ଇତ୍ୟାଦି ଜୀବମାନଙ୍କ ଦେହରେ ନୀଳ ରକ୍ତ ଚିହ୍ନଟ ହୋଇଛି । ହିମୋସାଇନିନ ହେଉଛି ଏହି ନୀଳ ରକ୍ତର ମୁଖ୍ୟ କାରଣ । ଲାଲ ରକ୍ତ ସହିତ ହିମୋଗ୍ଲୋବିନ ଲାଗି ରହୁଥିବା ବେଳେ ହିମୋସାଇନିନ ରକ୍ତରୁ ଅଲଗା ଭାବରେ ପ୍ରବାହିତ ହୁଏ । ଲୁହା ପରିବର୍ତ୍ତେ ହିମୋସାଇନିନରେ କପର ରହିଥାଏ ।

जमीनी केंचुएं जैसे जीवों का रंग ऑक्सीजन के मिलने पर हरा हो जाता है. (फोटोः गेटी)

ସବୁଜ ରକ୍ତ ମୁଖ୍ୟତଃ ଜୋକ ଛୋଟ ବା କ୍ଷୁଦ୍ର ଜୀବ ମାନଙ୍କ ଶରୀରରେ ଦେଖାଯାଇଥାଏ । ଏମାନଙ୍କ ଶରୀରରେ ମିଳିଥାଏ କ୍ଲୋରୋକ୍ରୁଓରିନ । ତେବେ ରାସାୟନିକ ତତ୍ତ୍ୱରେ ଏହା ବିଶେଷ କରି ହିମୋଗ୍ଲୋବିନ ସହ ମେଳ ଖାଇଥାଏ । ତେବେ କିଛି ଜୀବଙ୍କ ଦେହରେ ଉଭୟ ହିମୋଗ୍ଲୋବିନ ଏବଂ କ୍ଲୋରୋକ୍ରୁଓରିନ ଦେଖିବାକୁ ମିଳିଥାଏ । ଅକ୍ସିଜେନ ମିଳିବା ଏହା ଗାଢ ସବୁଜ ରଙ୍ଗରେ ପରିଣତ ହୋଇଯାଏ ।

पीनट वॉर्म और पेनिस वॉर्म जैसे समुद्री केंचुओं का रंग बैंगनी-गुलाबी होता है. (फोटोः गेटी)

ବାଇଗଣୀ ରକ୍ତ ପ୍ରାୟତଃ ସାମୁଦ୍ରିକ କୀଟଙ୍କ ଦେହରେ ରହିଥାଏ । ଏମାନଙ୍କ ଦେହରେ ହେମିଇରିଥ୍ରୀନ ମିଳିଥାଏ । ହେମୋଗ୍ଲୋବିନ ତୁଳନାରେ ଅମ୍ଳଜାନର ଏକ ଚତୁର୍ଥାଂଶ ଯୋଗାଇବାରେ ସକ୍ଷମ ହୋଇଥାଏ ହେମିରିଥ୍ରିନ୍ । ଅମ୍ଳଜାନ ଉପଲବ୍ଧ ନହେବା ପର୍ୟ୍ୟନ୍ତ ହେମିରିଥ୍ରିନ୍ ରଙ୍ଗହୀନ ରହିଥାଏ। ଏହା ଅମ୍ଳଜାନ ପାଇବା ମାତ୍ରେ ଏହା ବାଇଗଣୀ-ଗୋଲାପୀ ରଙ୍ଗରେ ପରିଣତ ହୁଏ ।

Get real time updates directly on you device, subscribe now.