fbpx

ବାପାକୁ ହାଣିଦେଲା ପୁଅ

ଯାଜପୁର, ୩୦/୯(ଓଡିଶା ଭାସ୍କର): ଯାଜପୁରରେ ବିଞ୍ଝାରପୁର ଥାନା ବାଛୋଳ ପଞ୍ଚାୟତର ବେହେରା  ସାହିରେ ଏକ ନୃଶଂସ କାଣ୍ଡ ଘଟିିିଛି। ସେଠାରେ ପୁଅର କଟୁରୀ ଚୋଟରେ ବାପାର ଜୀବନ ଚାଲି ଯାଇଛି। ଘରୋଇ କଳିରୁ କଟୁରୀରେ ବାପାକୁ ହାଣି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହିପରି କାଣ୍ଡ କରିବା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଥିବା ସୂଚନା ମିଳିଛି। ଅଭିଯୋଗ ପରେ  ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.