fbpx

ପରିବା ବିକାଳିଙ୍କ ପୁଅ ହେଲେ ରାଜ୍ୟର ବୋର୍ଡ ଟପ୍ପର

ବିହାର ବୋର୍ଡ ପରୀକ୍ଷାର ଫଳାଫଳ ଆଜି ଘୋଷଣା କରାଯାଇଛି । ରାଜ୍ୟର ରୋହତାସ ଜିଲ୍ଲାର ହିମାଂଶୁ ରାଜ୍ ଟପ୍ପର ହୋଇଛନ୍ତି । ହିମାଂଶୁଙ୍କୁ ୪୭୮ ମାର୍କ ବା ୯୬.୨୦% ମିଳିଥିବା ବେଳେ ସେ ଜନତା ହାଇସ୍କୁଲର ଛାତ୍ର ଥିବା ଜଣାପଡିଛି । ତେବେ ହିମାଂଶୁଙ୍କ ପିତା ସୁଭାଷ ସିଂହ ପରିବା ବିକ୍ରିି କରି ନିଜ ପରିବାରର ପେଟ ପୋଷୁଥିବା ବେଳେ ମା ମଞ୍ଜୁଦେବୀ ଗୃହିଣୀ । ହିମାଂଶୁ ଅତି ସାଧାରଣ ପରିବାରରୁ ଆସିଥିବା ବେଳେ ପାଠରେ ସେ ଖୁବ୍ ପରିଶ୍ରମୀ । ବୋର୍ଡ ପରୀକ୍ଷା ପାଇଁ ସେ ଦିନକୁ ପ୍ରାୟ ୧୪ ଘଣ୍ଟା ପଢୁଥିବା କହିଛନ୍ତି । ଟପ୍ପର ହେବା ପରେ ସପ୍ଟୱେୟର ଇଞ୍ଜିନିୟର ହେବାକୁ ଚାହାନ୍ତି ହିମାଂଶୁ ।

ତେବେ ସମସ୍ତିପୁରର ଦୁର୍ଗେଶ କୁମାର ୪୮୦ ପଏଣ୍ଟ ସହ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଏସ.କେ ହାଇସ୍କୁଲ ଜିତୱରପୁରର ଛାତ୍ର। ତୃତୀୟ ସ୍ଥାନ ହେଉଛି ଭୋଜପୁରର ଶ୍ରୀ ହରକେନ୍ କୁମାରଙ୍କ ପୁଅ ଶୁଭମ୍ କୁମାର। ତାଙ୍କୁ ୪୭୮ ମାର୍କ ମିଳିଛି । ଏଥର ବିହାର ବୋର୍ଡରେ ୧୪ ଲକ୍ଷ ୯୪ ହଜାର ୭୧ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୭ ଲକ୍ଷ ୨୯ ହଜାର ୨୧୩ ଜଣ ମହିଳା ଛାତ୍ର ଥିଲେ । ଛାତ୍ରମାନଙ୍କ ମଧ୍ୟରୁ ୮୦.୫୯% ପାସ୍ କରିଛନ୍ତି । ଏଥିମଧ୍ୟରୁ ୪,୦୩,୩୯୨ ଛାତ୍ର ପ୍ରଥମ ଡିଭିଜନରେ, ୫୨୪୨୧୭ ଦ୍ୱିତୀୟ ଡିଭିଜନରେ ଏବଂ ୨,୭୫,୪୦୨ ତୃତୀୟ ଡିଭିଜନରେ ପାସ୍ କରିଛନ୍ତି। ପ୍ରାୟ ୧୨ ଲକ୍ଷ ୨ ହଜାର, ୩୦ ବିଦ୍ୟାର୍ଥୀ ପାସ୍ କରିଛନ୍ତି ।

Get real time updates directly on you device, subscribe now.