fbpx

ପୁଣି ବେବି ବମ୍ପ୍ ସହ ନଜର ଆସିଲେ ସୋନମ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଅନିଲ କପୁରଙ୍କ ଝିଅ ସୋନମ କପୁର ଖୁବଶୀଘ୍ର ମା ହେବାକୁ ଯାଉଛନ୍ତି, ଆଉ ଏହି ଖୁସିକୁ ସେ ସମସ୍ତଙ୍କ ଶେୟାର ମଧ୍ୟ କରିଛନ୍ତି ସୋନମ ନିଜ ପ୍ରେଗନେନ୍ସେୀକୁ ଉପଭୋଗ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ଅଛନ୍ତି ଖାଲି ସେତିକି ନୁହେଁ ସେ ତାଙ୍କର ମ୍ୟାଟରନିଟି ଫଟୋସୁଟକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି ଯେଉଁଥିରେ ସେ ନିଜର ବେବି ବମ୍ପ୍ ସହ ଫଟୋ ଉଠାଉଥିବାର ନଜର ଆସିଛନ୍ତି

 

View this post on Instagram

 

A post shared by Rhea Kapoor (@rheakapoor)

ଏବେ ସୋନମ ଭଉଣୀ ରିୟା କପୂରଙ୍କ ସହ ଲଣ୍ଡନରେ ସମୟ ବିତାଉଛନ୍ତି  ଯାହାର କିଛି ଫଟୋ ସୋନମ ନିଜର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋରେ ମଧ୍ୟ ସୋନମ ନିଜର ବେବି ବମ୍ପ ଦେଖାଇଛନ୍ତି ତେବେ ସୋନମଙ୍କ ଲକକୁ ଅନେକ ଫ୍ୟାନ୍ସ ପସନ୍ଦ କରୁଥିବାବେଳେ ଅନେକ ଏନେଇ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ସୋନମ ନିଜ ବେବି ବମ୍ପ ସହ ଫଟୋ ଶେୟାର କରିଛନ୍ତି ତାଙ୍କର ପେଗ୍ନେନ୍ସୀରେ ମଧ୍ୟ ଫ୍ୟାଶନ ଦେଖିବାକୁ ମିଳିଛି ସୋନମ ନିଜ ସାଧାରଣ ଲୁକରେ ବି ଫ୍ୟାଶନ ସେନ୍ସରେ ନିଜ ଲୁକକୁ ସୁନ୍ଦର ଭାବରେ ଦେଖାଇଛନ୍ତି

Get real time updates directly on you device, subscribe now.