fbpx
BJD SKY
BJD SKY

ଆନ୍ତଃ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଦୂତି ଅନ୍ୟାୟର ଶିକାର

BJD

ଓଡ଼ିଶା ଭାସ୍କର: ଚେନ୍ନାଇରେ ଚାଲିଥିବା ଆନ୍ତଃ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଅଲମ୍ପିଆନ ଦୂତି ଚାନ୍ଦ ରୌପ୍ୟ ଏବଂ ଶ୍ରାବଣୀ ନନ୍ଦ କାଂସ୍ୟ ପଦକ ହାସଲ କରିଛନ୍ତି। ଉଭୟେ ୧୦୦ ମିଟର ଦୋୖଡରେ ଏହି ସଫଳତା ପାଇଛନ୍ତି। ଦୂତୀ ୧୦୦ ମିଟରକୁ ୧୧.୪୪ ସେକେଣ୍ଡରେ ଅତିକ୍ରମଣ କରି ରୌପ୍ୟ ଏବଂ ଶ୍ରାବଣୀ ୩ୟ ସ୍ଥାନରେ ରହିଥିଲେ। ଉକ୍ତ ବର୍ଗରେ ହିମା ୧୧.୪୪ ସେକେଣ୍ଡ ସହ ସ୍ଵର୍ଣ ପଦକ ହାସଲ କରିଥିଲେ। ତେବେ ଏହି ୧୦୦ ମିଟର ଦୋୖଡରେ ଦୂତିଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦେଖିବାକୁ ମିଳିଛି।

ତାମିଲନାଡୁର ଜେଏନ୍‌ଏଲ୍‌ ଷ୍ଟାଡିୟମରେ ଚାଲିଥିବା ୬୧ତମ ଜାତୀୟ ଆନ୍ତଃ ରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ଇଭେଣ୍ଟର ଫଳାଫଳକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଫଳାଫଳ ଘୋଷଣା ଅନୁସାରେ ଆସାମର ହିମା ଦାସ ୧୧.୪୩ ସେକେଣ୍ଡ ସମୟ ନେଇ ପ୍ରଥମ, ଜାତୀୟ ରେକର୍ଡର ଅଧିକାରିଣୀ ଓଡ଼ିଶାର ଦୂତୀ ଚାନ୍ଦ ୧୧.୪୪ ସେକେଣ୍ଡ ସହ ଦ୍ଵିତୀୟ ଏବଂ ଅନ୍ୟତମ ଓଡ଼ିଆ ଆଥଲେଟ୍‌ ଶ୍ରାବଣୀ ନନ୍ଦ ୧୧.୫୩ ସେକେଣ୍ଡ ସମୟ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ମାତ୍ର ଉପଲବ୍ଧ ହେଉଥିବା ଭିଡିଓ ଦେଖିଲେ ଦୂତୀ ପ୍ରଥମେ ଫିନିଶିଂ ଲାଇନ୍ ଅତିକ୍ରମ କରିଥିବା ସ୍ପଷ୍ଟ ଜଣା ପଡୁଛି। ତେଣୁ ଫଳାଫଳକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ଅଲିମ୍ପିଆନ ଦୂତୀଙ୍କ ନାମରେ ଜାତୀୟ ରେକର୍ଡ (୧୧.୧୭ ସେକେଣ୍ଡ) ଓ ମିଟ୍ ରେକର୍ଡ (୧୧.୨୯ ସେକେଣ୍ଡ) ରହିଛି। ସମ୍ଭବତଃ କୌଣସି ତ୍ରୁଟି ଯୋଗୁ ଦୂତୀଙ୍କ କ୍ଷେତ୍ରରେ ଏପରି ଘଟିଛି ବୋଲି ଅନେକ ବିଶେଷଜ୍ଞ ମତ ପୋଷଣ କରିଛନ୍ତି।

Get real time updates directly on you device, subscribe now.