fbpx

ଆସନ୍ତା ୨୧ ତାରିଖରେ EDରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଲାଗିଛି ଝଟକା । ଆସନ୍ତା ୨୧ ତାରିଖରେ ସୋନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ । ଏହାପୂର୍ବରୁ ଇଡି ପକ୍ଷରୁ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କୁ ଲଗାତର ତିନିଦିନ ପଚରାଉଚରା କରାଯାଇଥିଲା । ଗତ ମାସରେ ସୋନିଆ ଇଡିରେ ହାଜର ହେବାର ଥିଲା । ମାତ୍ର କୋଭିଡରେ ସଂକ୍ରମିତ ହେବା କାରଣରୁ ସୋନିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଗତ ଜୁନ ମାସରେ ସୋନିଆ ଇଡିରେ ହାଜର ହେବା ନେଇ ସମନ ଜାରି ହୋଇଥିଲା । ମାତ୍ର କରୋନା ପଜିଟିଭ ହେବା କାରଣରୁ ସୋନିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଥିପାଇଁ ସୋନିଆ ଇଡିକୁ ୪ ସପ୍ତାହ ସମୟ ମାଗିଥିଲେ । ଆସନ୍ତା ୨୨ ତାରିଖରେ ଉକ୍ତ ଅବଧି ସମାପ୍ତ ହେବାକୁ ଯାଉଛି ।

ତେବେ ନିକଟରେ ରାହୁଲଙ୍କୁ ଇଡିର ପଚରାଉଚରା ନେଇ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା । ସାଂସଦଙ୍କ ସହ ଏଭଳି ଆଚରଣ ଠିକ୍ ନୁହେଁ ବୋଲି କୁହାଯାଇଥିଲା । ନ୍ୟାସନାଲ ହେରାଲ୍ଡ ମାମଲାର ଶୀଘ୍ର ଶୁଣାଣି ପାଇଁ ହାଇକୋର୍ଟରେ ୟାଚିକା ଦାଖଲ କରିବାକୁ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ଗତ ୨୦୧୫ରେ ସୁପ୍ରିମକୋର୍ଟ କହିଥିଲେ । ଡିସେମ୍ବର ୧୯ରେ ସୋନିଆ ଓ ରାହୁଲଙ୍କୁ ଟ୍ରାଏଲ କୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ୨୦୧୬ରେ ସୁପ୍ରିମକୋର୍ଟ ଏହି ମାମଲାକୁ ରଦ୍ଦ କରିଦେଇଥିଲେ ।

Get real time updates directly on you device, subscribe now.