fbpx

(Video) ଲୋକଲଜ୍ଜା ସହି ନପାରି ନାବାଳିକାଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟ୍ ରେ କହିଲେ କାରଣ

ଗଞ୍ଜାମ: ରାଜ୍ୟରେ ଗୋଟିଏ ପଟେ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ପୁଣି ଏକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ନାବାଳିକା ଲୋକଲଜ୍ଜାକୁ ସହିନପାରି କରିଛନ୍ତି ଆତ୍ମହତ୍ୟା । ଆଉ ଆତ୍ମହତ୍ୟା ପୂର୍ବରୁ ଛାଡ଼ିଯାଇଛନ୍ତି ଚିଠି, ଯେଉଁଥିରେ ଆତ୍ମହତ୍ୟା ପାଇଁ ଦାୟୀ ଥିବା ଅଭିଯୁକ୍ତର ନାଁ ରହିଛି । ଆଉ ସେପଟେ ଝିଅକୁ ହରାଇ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକ, ଆଖିରୁ ଶୁଖୁନି ଲୁହ । କାନ୍ଦ ବୋବାଳିରେ ଫାଟିପଡ଼ୁଛି ସାରା ପରିବେଶ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜଡ଼ାଘାତୁଣୀ ଗାଁରେ ।

ସୂଚନା ଅନୂଯାୟୀ, ଗାଁର ରାଜେନ୍ଦ୍ର ଗୌଡ଼ଙ୍କ ଝିଅ ଗାଧୋଇବାକୁ ନଦୀକୁ ଗଲାବେଳେ ସେହି ଗାଁର ରମେଶ ଗୌଡ଼ଙ୍କ ପୁଅ ଦୁଷ୍କର୍ମ କରିଥିଲା । ଆଉ ଏକଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା । ଆଉ ଫଟୋ ଭାଇରାଲ କରିବା ପାଇଁ ମଧ୍ୟ ଧମକ ଦେଇଥିଲା । ଖାଲି ସେତିକି ନୁହେଁ ଫଟୋ ଜରିଆରେ ବ୍ଳାକ୍ ମେଲ୍ କରି ବାରମ୍ବାର ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ଶେଷରେ ପୀଡ଼ିତା ସବୁ ଘଟଣା ପରିବାରକୁ ଲୋକଙ୍କୁ ଜଣାଇଥିଲେ, ପଞ୍ଚାୟତରେ ପହଞ୍ଚିଥିଲା କଥା, ସତ୍ୟତା ଜାଣିବା ପରେ ବିବାହ ଯୋଗ୍ୟ ହେବା ପରେ ଉଭୟଙ୍କର ବିବାହ ପାଇଁ କହିଥିଲେ ବୁଦ୍ଧିଜୀବୀ । କିନ୍ତୁ ରମେଶ ଗୌଡ଼ ଏହି ବିବାହ ପାଇଁ ମନା କରିଦେଇଥିଲେ । ଏହାକୁ ନେଇ ଉଭୟ ପରିବାରରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

ଆଉ ପୀଡ଼ିତା କାହିଁକି ଏହି କଥା ଘର ଲୋକଙ୍କୁ ଜଣାଇଲେ ବୋଲି ପ୍ରତିଶୋଧ ନେବା ପାଇଁ ନାରାୟଣ ଗୌଡ଼ ସେହି ଅଶ୍ଲୀଳ ଫୋଟୋକୁ ଭାଇରାଲ କରିଥିଲା । ଯାହାପରେ ଲୋକ ନିନ୍ଦା ଅପମାନ ସହିନପାରି ଆତ୍ମହତ୍ୟା କରିଥିଲେ । ଆଉ ଝିଅକୁ ହାରଇ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.