fbpx

ଅବମାନନା ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଭରିବାକୁ ହେବ ଜରିମାନା

ନୂଆଦିଲ୍ଲୀ: ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କୁ ସଜା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ମାଲ୍ୟାଙ୍କୁ ସଜା ସହ ଜୋରିମାନା ମଧ୍ୟ ଚାର୍ଜ କରିଛନ୍ତି । ସୋମବାର ସୁପ୍ରିମକୋର୍ଟ ମାଲ୍ୟାଙ୍କ ଉପରେ କୋର୍ଟ ଅବମାନନା କରିବା ମାମଲାରେ ଶୁଣାଣି କରି ରାୟ ଶୁଣାଇଛନ୍ତି ।

ଦଣ୍ଡ ଶୁଣାଇବା ସହ ୪ ମାସର ସଜା ସହ ୨୦୦୦ ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି । ସେହିପରି ଜୋରିମାନା ନଦେଲେ ଜେଲ ଦଣ୍ଡ ଭୋଗିବାକୁ ପଡିିବ ବୋଲି କୋର୍ଟ କହିଛନ୍ତି । କେବଳ ଏତିକି ନୁହେଁ ବିଦେଶକୁ ଟ୍ରାନ୍ସଫର କରିଥିବା ୪୦ ମିଲିୟନ ଡଲାର ସମ୍ପତ୍ତିକୁ ୪ ସପ୍ତାହ ସୁଦ୍ଧା ଦେବାକୁ କୋର୍ଟ ସ୍ପଷ୍ଟ କହିଛନ୍ତି ।

ଜଷ୍ଟିସ ୟୁୟୁ ଲଳିତ, ଏସ ରବିନ୍ଦ୍ର ଭଟ୍ଟ ଏବଂ ସୁଧାଂଶୁ ଭୁଲିୟାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପିଠ ଏହି ଶୁଣାଣି କରିଛନ୍ତି । ମାମଲା ଅନୁଯାୟୀ କୋର୍ଟଙ୍କ ଆଦେଶ ମୁତାବକ ଟଙ୍କା ନସୁଝିବାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବିଜୟ ମାଲ୍ୟାଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ୨୦୧୭ ମାମଲାରେ ମାଲ୍ୟାଙ୍କ ବିରୋଧରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାଲ୍ୟାଙ୍କ ବାରମ୍ବାର ନ ଆସିବା ନେଇ କୋର୍ଟ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ୨୦୧୭ ରେ କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରି ତାଙ୍କ ପିଲାମାନଙ୍କୁ ୪୦ ମିଲିୟନ୍ ଡଲାର ପଠାଇବା ବିଷୟରେ କୋର୍ଟଙ୍କ ଠାରୁ ତଥ୍ୟ ଲୁଚାଇ ରଖିଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ସମୟ ମଧ୍ୟରେ କୋର୍ଟ ମାଲ୍ୟାଙ୍କୁ ଚାରି ସପ୍ତାହ ମଧ୍ୟରେ ସୁଧ ସହିତ ୪୦ ମିଲିୟନ୍ ଡଲାର୍ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ, ଯଦି ମାଲ୍ୟା ଏହା କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କର ସମ୍ପତ୍ତି ଜବତ ହେବ ।

 

Get real time updates directly on you device, subscribe now.