fbpx

ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି, ସୋନିଆ ଗାନ୍ଧି ଆଜି କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଆଜି କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ବୈଠକ ହେବାକୁ ଯାଉଛି । ଏହି ବୈଠକରେ ପଞ୍ଜାବ, ଉତ୍ତରପ୍ରଦେଶ, ମଣିପୁର ଏବଂ ଗୋଆର ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ସୋନିଆ । ଏହି ବୈଠକରେ ବିଧାନସଭା ନିର୍ବାଚନ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବେ ।

ପାର୍ଟି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସଦସ୍ୟତା, ପ୍ରଶିକ୍ଷଣ, ଆନ୍ଦୋଳନ କାର୍ଯ୍ୟକ୍ରମ ଏବଂ ରଣନୀତି କୁ ନେଇ ବୈଠକରେ ବିଚାର ବିମର୍ଷ କରାଯିବ । ଅକ୍ଟୋବର ୨୬ ତାରିଖ ଅର୍ଥାତ୍ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି ମୁଖ୍ୟାଳୟରେ କଂଗ୍ରେସ ମହାସଚିବ ଏବଂ ରାଜ୍ୟ ପ୍ରଭାରୀଙ୍କ ବୈଠକ ହେବ । ଏହି ବୈଠକର ଅଧ୍ୟକ୍ଷତା କରିବେ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

Get real time updates directly on you device, subscribe now.