fbpx

ତୁଚ୍ଛ ପାଲଟିଲା ସଂପର୍କ: ବାପା-ମା’ଙ୍କୁ ପୋଡ଼ି ମାରିବାକୁ ପୁଅର ଉଦ୍ୟମ…

ଭୋଗରାଇ: ସଂପର୍କ ପାଲଟିଲା ହୀନ… ବାପା- ମା’ଙ୍କୁ  ପୋଡ଼ି ମାରିବାକୁ ପୁଅ କଲା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଭୋଗରାଇ ବ୍ଲକ୍ ଗୋଛିଦା ତେଘରି ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ । ଗ୍ରାମର ଶ୍ରୀମନ୍ତ ନାୟକ ନାମକ ଜଣେ ବ୍ୟକ୍ତି ନିଜ ବାପା-ମା’ଙ୍କୁ  ଘରେ ବନ୍ଦ କରି ନିଆଁ ଲଗାଇ ମାରିବାକୁ ଉଦ୍ୟମ କରିଛନ୍ତି ।

ସୂଚନା ଅନୂଯାୟୀ, ମଙ୍ଗରାଜପୁର ଗ୍ରାମର ସୁଧୀର ନାୟକଙ୍କ ପୁଅ ଶ୍ରୀମନ୍ତ ନାୟକ ଗତକାଲି ଘରେ ମା’ଙ୍କ ସହ ଗଣ୍ଡଗୋଳ କରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ସୁଧୀର ବିରୋଧ କରିବାରୁ ପୁଅ ତାଙ୍କୁ ମଧ୍ୟ ମାଡ଼ ମାରି, ସେମାନଙ୍କୁ ଗୋଟିଏ ଘରେ ବନ୍ଦ କରି ନିଆଁ ଲଗାଇଦେଇଥିଲେ । ତେବେ ସୁଧୀର ଓ ତାଙ୍କ ସ୍ତ୍ରୀ ଚିତ୍କାର କରିବାରୁ ପଡ଼ୋଶୀ ସେମାନଙ୍କୁ ଉଦ୍ଧାର କରିଥିଲେ ।

ତେବେ ନିଆଁ ଲାଗିବା ଫଳରେ ଘରର ସଂପୂର୍ଣ୍ଣ ଆସବାବ ପତ୍ର ପୋଡ଼ିଯାଇଥିଲା । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପୁଅକୁ ଗିରଫ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.