fbpx
BJD SKY
BJD SKY

ଡାଏବେଟିସକୁ କମ୍ କରିବା ସହ ଶରୀରରେ ଏନର୍ଜି ବଜାୟ ରଖେ ସୁଜି, ଏପରି ପ୍ରସ୍ତୁତ କରନ୍ତୁ ସୁଜିର ରୁଟି

BJD

ସୁଜିର ଉପମା ତ ଆପର ଅନେକ ଥର ଖାଇଥିଲେ, କିନ୍ତୁ କେବେ ସୁଜିର ରୁଟି ଖାଇଛନ୍ତି କି? ସୁଜିର ରୁଟି ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ହୋଇଥାଏ ।ତେବେ ଆସନ୍ତୁ ଜାଣିବା ଏହାର ସହଜ ରେସିପି…

ସାମଗ୍ରୀ:-
୧ ଗ୍ଲାସ ସୁଜି, ୨ଟି ସିଜା ଆଳୁ, ୧ ଲଙ୍କା(କଟା), ଅଧ ଚାମଚ ଲଙ୍କା ପାଉଡର, ଅଧ ଚାମଚ ଧନିଆ ପାଉଡର, ଅଧ ଚାମଚ ଗରମ ମସଲା, ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ପାଣି ଓ ଆବଶ୍ୟକ ଅନୁଯାୟୀ ତେଲ ।

ସୁଜିର ରୋଟି କିପରି ତିଆରି କରିବେ:-

– ସର୍ବପ୍ରଥମେ ସୁଜିକୁ ଗୋଟିଏ ପାତ୍ରରେ ରଖି ସେଥିିରେ ପାଣି ଢ଼ାଳନ୍ତୁ । ଏହାକୁ ୫ରୁ ୧୦ ମିନିଟ ପାଇଁ ଛାଡ଼ିଦିଅନ୍ତୁ ।
– ନିର୍ଦ୍ଧାରିତ ସମୟ ପରେ ଆଳୁକୁ ସୁଜିରେ ମିଶାନ୍ତୁ ।
– ସମସ୍ତ ସାମଗ୍ରୀକୁ ଗୋଟିଏ ପରେ ଗୋଟିଏ ପକାନ୍ତୁ ଓ ସୁଜିକୁ ଅଟା ପରି ଦଳନ୍ତୁୁ ।
– ଏହା ପରେ ଏହାକୁ ଗୋଳା କରି ବେଲେଣାପଟାରେ ବେଲି ତାୱାରେ ପକାନ୍ତୁ ।
– ଗରମ ତାୱାରେ ପକାଇଥିବା ରୁଟିର ୨ ପାଶ୍ୱର୍ରେ ହାଲୁକା ତେଲ ଲଗାନ୍ତୁ । ଏପରି ଭାବେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ରୁଟି ।

Get real time updates directly on you device, subscribe now.