fbpx

ବକ୍ସ ଅଫିସରେ କମାଲ୍ କରୁଛି ‘ସୂର୍ଯ୍ୟବଂଶୀ’, ପ୍ରଥମ ଦିନରେ ଧୁଆଁଧାର କଲେକ୍ସନ୍

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ “ସୂର୍ଯ୍ୟବଂଶୀ” ଏବେ ସିନେମା ହଲରେ ମୁକ୍ତିଲାଭ କରିଛି । ଫିଲ୍ମଟି ୨୦୨୦ ମାର୍ଚ୍ଚରେ ରିଲିଜ୍ ହେବାକୁ ଥିବା ବେଳେ କରୋନା ମହାମାରୀ କାରଣରୁ ଏହା ରିଲିଜ୍ ହୋଇପାରିନଥିଲା । ଅନ୍ୟପଟେ ବଡ଼ ବଜେଟ୍ ର ଫିଲ୍ମ ହୋଇଥିବାରୁ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ୍ କରାଯାଇନଥିଲା । ହେଲେ ବର୍ତ୍ତମାନ ପ୍ରାୟତଃ ସବୁ ରାଜ୍ୟରେ ସିନେମା ହଲ୍ ଖୋଲିଥିବାରୁ ଏହାକୁ ମୁକ୍ତିଲାଭ କରାଯାଇଛି । ତେବେ ଦର୍ଶକଙ୍କ ପକ୍ଷରୁ ଫିଲ୍ମକୁ ଖୁବ୍ ଭଲ ରିଆକ୍ସନ୍ ମିଳିଛି ।

ଅକ୍ଷୟ କୁମାରଙ୍କ ଫିଲ୍ମ “ସୂର୍ଯ୍ୟବଂଶୀ” ଏବେ ସିନେମା ହଲ୍ ରେ ଚାରଚାନ୍ଦ ଲଗାଇଛି । ବଡ଼ ପରଦାରେ ଲୋକେ ଏହାକୁ ଦେଖିବାକୁ ବେଶି ପସନ୍ଦ କରିବେ ବୋଲି ଆଶା କରାଯାଉଛି । ତେବେ ବକ୍ସ ଅଫିସ୍ ରେ ଏହାର ପ୍ରାରମ୍ବିକ ଆକଳନ ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୨୬ କୋଟି ଟଙ୍କା କଲେକ୍ସନ୍ କରିଛି । କିଛି ଜାଗାରେ ଏହାକୁ ଜବରଦସ୍ତ ରେସପନ୍ସ ମିଳିଥିବା ବେଳେ କିଛି ସ୍ଥାନରେ ଫିଲ୍ମକୁ ବେଶି ପ୍ରଶଂସା କରାଯାଇନାହିଁ ।

ଫିଲ୍ମ “ସୂର୍ଯ୍ୟବଂଶୀ” କୁ ଭାରତରେ ୪ ହଜାର ରୁ ଅଧିକ ସ୍କ୍ରିନ୍ ରେ ରିଲିଜ୍ କରାଯାଇଛି । ଅନ୍ୟପଟେ ବିଦେଶରେ ଏହାକୁ ୧୩୦୦ ସ୍କ୍ରିନ୍ ରେ ରିଲିଜ୍ କରାଯାଇଛି । ରୋହିତ୍ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମରେ ଅକ୍ଷୟ କୁମାର ଓ କଟ୍ର୍ରିନାଙ୍କ ବ୍ୟତୀତ ଗୁଲଶନ୍ ଗ୍ରୋଭର୍, ସିକନ୍ଦର୍ ଖେର୍, ଅଭିମନ୍ୟୁ ସିଂହ ଏବଂ ଜାନ୍ଦ୍ ଜାଫେରୀ ଅଛନ୍ତି ।

Get real time updates directly on you device, subscribe now.