fbpx
BJD SKY
BJD SKY

କୋଭିଡ୍ ଆକ୍ରାନ୍ତଙ୍କୁ ଔଷଧ ପାଇଁ ଏସଓପି ଜାରି

BJD

ଭୁବନେଶ୍ୱର, ୦୭/୦୫(ଓଡିଶା ଭାସ୍କର) : କରୋନା ରୋଗୀଙ୍କ ପାଇଁ ବ୍ୟବହୃତ ହେଉଥିବା ଔଷଧ ପାଇଁ ଆଜି ଏସଓପି ଜାରି ହୋଇଛି । ତେବେ ଆଜି କରୋନା ପାଇଁ ନୁଆ ଔଷଧ TOCILIZUMAB ଓ ଅନ୍ୟ ଔଷଧ ପାଇଁ ଏସଓପି ଜାରି ହୋଇଛି । ତେବେ ଏହି ଔଷଧ ସବୁ ବ୍ୟବହାର ପାଇଁ ଗୃହ ମନ୍ତ୍ରାଳୟ ନୁତନ ପ୍ରୋଟୋକଲ୍ ଜାରି କରିଛନ୍ତି । ପ୍ରୋଟୋକଲ୍ ରେ ଗୁରୁତର ରୋଗୀଙ୍କୁ ଔଷଧ ଏବଂ ଇଞ୍ଜେକ୍ସନ୍ ଦିଆଯାଇପାରିବ ବୋଲି ଦର୍ଶାଯାଇଛି । ଏଥିସହ ଭେଣ୍ଟିଲେଟର୍ ରେ ଥିବା ରୋଗୀ ଏବଂ ଅକ୍ସିଜେନ୍ ଲେବଲ୍ କମ୍ ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରିବ । ତେବେ ଇଞ୍ଜେକ୍ସନ୍ ଦେବା ପୁର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ଔଷଧ ଦେବା ନେଇ ଡିସିଜିଆଇ ଅନୁମତି ଦେଇଛନ୍ତି ।

ସେପଟେ ଡ୍ରଗ୍ସର ବ୍ୟବହାର ନେଇ ଡିସିଜିଆଇ କୌଣସି ସ୍ପଷ୍ଟ ଗାଇଡଲାଇନ୍ ଜାରି କରିନାହାନ୍ତି । କାରଣ ଅନୁମତି ପ୍ରାପ୍ତ ନୁତନ ଡ୍ରଗ୍ସ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ । ସେହିପରି ନୁଆ ଔଷଧର ବ୍ୟବହାର ନେଇ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କ ପକ୍ଷରୁ ଏକ ଚିଠି ଜାରି ହୋଇଛି । ଏହାକୁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର, ସିଡିଏମ୍ ଏବଂ ପିଏଚଓଏସି୍ ଙ୍କ ପାଖକୁ ପଠାଯାଇଛି । ଖାଲି ସେତିକି ନୁହେଁ ଏମ୍ସ ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ଆଇଜିଏଚ୍ , ସମସ୍ତ ମେଡିକାଲ୍ କଲେଜ୍, ସରକାରୀ ଓ ଘରୋଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି କରାଯାଇଛି ।

 

Get real time updates directly on you device, subscribe now.