fbpx

କରୋନାର ନୂଆ ରୂପ ‘ମିକୋର ମାଇକୋସିସ୍’, ଯାହାର ପ୍ରଭାବରେ ୧୫ ଦିନରେ ଆଖି ହରାଇଲେଣି ୮ ରୋଗୀ

ନୂଆଦିଲ୍ଲୀ, ୭ା୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଜାରି ରହିଛି । ଦୈନିକ ପଜିଟିଭ୍ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ବର୍ତ୍ତମାନ କରୋନାକୁ ନେଇ ଏକ ନୂଆ ସମସ୍ୟା ଉଭା ହେଉଛି । ଠିକ୍ ସମୟରେ ରୋଗୀଙ୍କ ଚିକିତ୍ସା କରାନଗଲେ ଆଖି ନଷ୍ଟ କିମ୍ବା ପ୍ରାଣହାନୀ ହେବାର ସମ୍ଭାବନା ରହିଛି । ଏହି ବୀମାରୀର ନାମ ହେଉଛି ‘ମିକୋର ମାଇକୋସିସ୍’ । ୧୫ ଦିନ ମଧ୍ୟରେ ସୁରତରେ ୪୦ରୁ ଅଧିକ ଏହି ମାମଲା ଆସିଥିଲା । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।


ଗୋଟିଏ ପଟେ ଗୁଜୁରାଟରେ ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ଅନ୍ୟପଟେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଛି । ପୁଣି ଆସିଲାଣି ଏକ ନୂଆ ବିମାରୀ । ଏହି ବିମାରୀ ଏତେ ଘାତକ ଯେ ଠିକ୍ ସମୟରେ ଚିକିତ୍ସା ନକଲେ ରୋଗୀର ଆଖି କାଢ଼ିବାକୁ ପଡ଼ିବ ନଚେତ ମୃତ୍ୟୁ ଘଟିବ । ଏହା ଏକ ଫଙ୍ଗଲ ସଂକ୍ରମଣ, ଯାହା ଆଖି, ନାକରୁ ବ୍ରେନ ପର୍ଯ୍ୟନ୍ତ ପହଞ୍ଚିଥାଏ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.