fbpx
BSKY
BJD MC SKY
BJD YOUTH SKY

ପିକନିକ୍ ପାଇଁ ଜାରି ହେଲା SOP; RTOରୁ ସ୍ୱତନ୍ତ୍ର ଅନୁମତି ଆଣିବେ ବାହନ ମାଲିକ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପିକନିକ୍ ପାଇଁ ଜାରି ହେଲା SOP । ପିକନିକ୍ ପାଇଁ SOP ଜାରିକଲା ରାଜ୍ୟ ପରିବହନ ବିଭାଗ। ଦୁର୍ଘଟଣା କମାଇବା ପାଇଁ ରାଜ୍ୟ ପରିବହନ ବିଭାଗର ପ୍ରୟାସ୍। ଅମାନିଆଙ୍କ ପାଇଁ ହେବ କଠୋର କାର୍ଯ୍ୟାନୁଷ୍ଠାନ। ମଦ୍ୟପ ଡ୍ରାଇଭରଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ମଦ୍ୟପ ଡ୍ରାଇଭରଙ୍କ ଡ୍ରାଇଭିଙ୍ଗ୍ ଲାଇସେନ୍ସ ବାତିଲ କରାଯିବ।

ପିକନିକ୍ ପାଇଁ ଯାନବାହନ ମାଲିକଙ୍କୁ ନେବାକୁ ପଡ଼ିବ ଅନୁମତି। ସମ୍ପୃକ୍ତ RTOରୁ ଅନୁମତି ଆଣିବେ ବାହନ ମାଲିକ। ପ୍ରତି ପିକନିକ୍ ସ୍ପଟ ନିକଟରେ ରହିବେ ପରିବହନ କର୍ମଚାରୀ। ଯାନବାହନ ଗୁଡ଼ିକର ହେବ ଫିଟନେସ୍ ଯାଞ୍ଚ। ପର୍ଯ୍ୟଟନସ୍ଥଳରେ ପୋଲିସ ଓ RTO କର୍ମଚାରୀ ସଜାଗ ରହିବେ । ପିକନିକ୍ ପାଇଁ ଯାଉଥିବା ଗାଡ଼ି ଲାଗି ଆବଶ୍ୟକ ସ୍ୱତନ୍ତ୍ର ଅନୁମତି । ଶୀତଋତୁ ବିଶେଷ କରି ପିକନିକ୍‌ ସମୟରେ ମାତ୍ରାଧିକ ଦୁର୍ଘଟଣା ଘଟଣା ।

Get real time updates directly on you device, subscribe now.