fbpx

ନୂଆବର୍ଷ Celebrationରେ କିଏ ପିଇଲା ଅଧିକ ମଦ? ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ବିକ୍ରି

ନୂଆଦିଲ୍ଲୀ: ଆଜି ଇଂରାଜୀ ନବବର୍ଷ । ଇଂରାଜୀ କ୍ୟାଲେଣ୍ଡରର ପ୍ରଥମ ଦିନକୁ ଆଜି ସାରା ବିଶ୍ୱ ସ୍ୱାଗତ କରୁଛି । କିନ୍ତୁ ବର୍ଷର ଶେଷ ଦିନ ଅର୍ଥାତ୍ ଡିସେମ୍ବର ୩୧ ତାରିଖରେ ମଦ ବିକ୍ରିରେ ସୃଷ୍ଟି ହୋଇଛି ଏକ ବଡ଼ ରେକର୍ଡ । ନୂଆବର୍ଷ ସେଲିବ୍ରେସନ ପାଇଁ ମଦ ଦୋକାନରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ୨୦୨୩ ବର୍ଷର ଶେଷ ଦିନରେ ୨୪ ଲକ୍ଷ ୭୨୪ ବୋତଲ ମଦ ବିକ୍ରି ହୋଇଥିବା ରେକର୍ଡ କରାଯାଇଛି । ସେହିପରି ଏହାର ପୂର୍ବ ଦିନ ଅର୍ଥାତ୍ ଡିସେମ୍ବର ୩୦ ତାରିଖରେ ୧୭ ଲକ୍ଷ ୭୯ ହଜାର ୩୭୯ ବୋତଲ ବିକ୍ରି ହୋଇଥିଲା ।

ଡିସେମ୍ବର ଶେେ ଦିନରେ ବିକ୍ରି ହୋଇଥିବା ମଦର ସମ୍ପୂର୍ଣ୍ଣ ମାସରେ ସର୍ବାଧିକ ରହିଛି । ଏହାସହିତ ଗତବର୍ଷ ଅର୍ଥାତ୍ ୨୦୨୨ ମସିହା ଡିସେମ୍ବର ୩୧ ତାରିଖରେ ହୋଇଥିବା ମଦ ବିକ୍ରିଠାରୁ ମଧ୍ୟ ପ୍ରାୟ ୪ ଲକ୍ଷ ଅଧିକ ରହିଛି । ତେବେ ରେକର୍ଡରୁ ଜଣାଯାଉଛି ଯେ ରାଜଦାନୀ ଦିଲ୍ଲୀବାସୀ କେବଳ ଡିସେମ୍ବର ମାସରେ ହିଁ ୫ କୋଟିରୁ ଅଧିକ ବୋତଲ ମଦ ପିଇ ଯାଇଛନ୍ତି । ଡିସେମ୍ବର ମାସର ଏହି ରେକର୍ଡ ଗତବର୍ଷର ରେକର୍ଡରୁ ପ୍ରାୟ ୯୮ ଲକ୍ଷ ୧୯ ହଜାର ୭୩୧ ଅଧିକ ରହିଛି । ୨୦୨୨ ତୁଳନାରେ ଚଳିତବର୍ଷ ବିଭିନ୍ନ ମାସରେ ମଦ ବିକ୍ରିର ପରିମାଣ ପ୍ରାୟ ୧୪ ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ୨୦୨୨ ଡିସେମ୍ବର ମାସରେ ସାରା ସହରରେ ଥିବା ୫୨୦ ଦୋକାନରୁ ୩,୯୯,୬୦,୫୦୯ ମଦ ବୋତଲ ବିକ୍ରି ହୋଇଥିବା ବେଳେ ଚଳିତବର୍ଷ ୬୩୫ ଦୋକାନରୁ ୪,୯୭,୮୦,୨୪୦ ବୋତଲ ମଦ ବିକ୍ରି ହୋଇଛି ।

ବର୍ଷ ଶେଷରେ ମଦ ବିକ୍ରି ନେଇ ଅଧିକାରୀମାନେ କହିଛନ୍ତି ଯେ, ନବବର୍ଷର ପୂର୍ବ ସନ୍ଧ୍ୟାରେ ଏହି ସଂଖ୍ୟାରେ ଖୁବ ବୃଦ୍ଧି ରେକର୍ଡ ହୋଇଛି । ସେହିଭଳି ୩୧ ଡିସେମ୍ବର ୨୦୨୨ ରେ ୨୦ ଲକ୍ଷ ୩୦ ହଜାର ୬୬୪ ବୋତଲ ବଦଳରେ ଚଳିତ ବର୍ଷ ୨୪ ଲକ୍ଷ ୭୨୬ ବୋତଲ ବିକ୍ରି ହୋଇଛି। ଏକ୍ସାଇଜ୍ ବିଭାଗର ଅଧିକାରୀଙ୍କ ଅନୁଯାୟୀ, ଚଳିତ ବର୍ଷ ରାଜଧାନୀରେ ମଦ ବିକ୍ରି କ୍ରମାଗତ ଭାବେ ବୃଦ୍ଧି ପାଇବା ସହ ସହରର ବିଭିନ୍ନ ସ୍ଥାନରେ ଅଧିକ ଦୋକାନ ଖୋଲିବା, ବ୍ରାଣ୍ଡର ଉପଲବ୍ଧତା ବୃଦ୍ଧି ଏବଂ ଗ୍ରାହକଙ୍କ ଅଭିଜ୍ଞତା ବୃଦ୍ଧି ପାଇଛି।

Get real time updates directly on you device, subscribe now.