fbpx
BJD
BJD SKY
BJD SKY

ବିଜେଡିରୁ ଇସ୍ତଫା ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭଳି ସ୍ଥିତିରେ କିଛି ନେତା ଅନ୍ୟ ଦଳରେ ସାମିଲ ହେଉଥିବାର ଦେଖାଯାଉଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ପୁଣି ଆସିଛି ଏକ ବଡ଼ ଖବର । ସୋର ବିଧାୟକ ପର୍ଶୁରାମ ଧଡ଼ା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଶ୍ରୀ ଧଡ଼ା । ଏନେଇ ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେ ଦୀର୍ଘ ୧୦ ବର୍ଷ ଧରି ଦଳରେ କାର୍ଯ୍ୟ କରିଥିଲେ । ସେଥିପାଇଁ ସେ ସୁପ୍ରିମୋଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ଗତ ଏକ ବର୍ଷ ବର୍ଷରେ ଦଳରେ ତାଙ୍କୁ ଉପଯୁକ୍ତ ସହଯୋଗ ମିଳିନଥିଲା । ଏହା ପରେ ବି ସେ ଦଳରେ ଜଣେ ସଚ୍ଚୋଟ କର୍ମୀ ଭାବେ କାର୍ଯ୍ୟ ଜାରି ରଖିଥିଲେ ବୋଲି କହିଛନ୍ତି ପର୍ଶୁରାମ ।

Get real time updates directly on you device, subscribe now.