fbpx

ସାବଧାନ! ଏହି ୭ ରାଶିଙ୍କ ପାଇଁ ସମସ୍ୟା କରିପାରେ ସୂର୍ଯ୍ୟପରାଗ… ଏମିତି ପଡ଼ିବ ପ୍ରଭାବ

ଓଡ଼ିଶା ଭାସ୍କର: ଏପ୍ରିଲ ୮ ତାରିଖରେ ବର୍ଷ ପ୍ରଥମ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଚୈତ୍ର କୃଷ୍ଣପକ୍ଷ ଅମାବାସ୍ୟା ଦିନ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦେଖାଯିବ । ତେବେ ଏହି ସୂର୍ଯ୍ୟପରାଗ କିଛିଟା ରାଶି ଉପରେ ଖରାପ ପ୍ରଭାବ ପକାଇପାରେ । ମୀନ ରାଶି ସ୍ୱାତୀ ନକ୍ଷତ୍ରରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ସୃଷ୍ଟି ହେବାକୁ ଯାଉଛି । ତେବେ ଏହି ସୂର୍ଯ୍ୟପରାଗ ଭାରତବର୍ଷରେ ଦେଖାଯିବ ନାହିଁ । ତେଣୁ ଦେଶର କୌଣସି ସ୍ଥାନରେ କୌଣସି ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ମଧ୍ୟ ପଡ଼ିବ ନାହିଁ । କିନ୍ତୁ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଏହିସବୁ ରାଶି ଉପରେ ଏହାର ପ୍ରଭାବ ରହିପାରେ ।

ମେଷ ରାଶି: ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆର୍ଥିକ ସମସ୍ୟା ନେଇ ଆସିବ ସୂର୍ଯ୍ୟପରାଗ । ଏହାର ପ୍ରଭାବରେ ଏହି ରାଶିର ବ୍ୟକ୍ତିମାନେ ଖର୍ଚ୍ଚାନ୍ତ ହେବା ସହ ଅତ୍ୟଧିକ କ୍ରୋଧି ହୋଇ ରହିବେ ।

ସିଂହ ରାଶି: ସିଂହ ରାଶିର ଜାତକ ସଂକ୍ରାମକ ରୋଗର ପ୍ରଭାବରେ ଆସିପାରନ୍ତି । ଏହାସହିତ ବିଭିନ୍ନ ଦୁଶ୍ଚିନ୍ତା, ଭୟ ଏବଂ ବ୍ୟଗ୍ରତା ଅନୁଭବ ହେବ ।

କନ୍ୟା ରାଶି: ଏହି ରାଶିର ବ୍ୟକ୍ତିବିଶେଷ ନିଜ ପତ୍ନୀଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଏହାସହିତ ବ୍ୟବସାୟରେ ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ, ନଚେତ୍ ଏଥିରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ ।

ତୁଳା ରାଶି: ଏହି ରାଶିର ଲୋକମାନଙ୍କୁ ସୂର୍ଯ୍ୟପରାଗ ପ୍ରଭାବରେ ଆଘାତ ଲାଗିବାର ସମ୍ଭାବନା ରହିଛି । ତେଣୁ ଯାନବାହନ ଚଳାଇବା ସମୟରେ ଗତି ଉପରେ ନିୟନ୍ତ୍ରଣ ରଖନ୍ତୁ ।

ବିଛା ରାଶି: ଏହି ରାଶିର ଲୋକମାନଙ୍କ ପାଇଁ ହେବାକୁ ଥିବା କାମରେ ବାଧା ସୃଷ୍ଟି ହୋଇପାରେ ।

କୁମ୍ଭ ରାଶି: କୁମ୍ଭ ରାଶି ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ଏବଂ ଉଚିତ ମାର୍ଗରେ ଟଙ୍କା ଖର୍ଚ୍ଚ କରନ୍ତୁ ।

ମୀନ ରାଶି: ମୀନ ରାଶିରେ ସୂର୍ଯ୍ୟପରାଗ ରହୁଥିବାରୁ ଏହି ରାଶିର ଲୋକମାନଙ୍କୁ ସବୁଠାରୁ ଅଧିକ ସାବଧାନ ରହିବାକୁ ହେବ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ ଏବଂ କୌଣସି ସ୍ଥାନରେ ଅର୍ଥନିବେଶ କଲେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ ।

Get real time updates directly on you device, subscribe now.