fbpx
BJD
BJD SKY
BJD SKY

Big Breaking: ଆଜି ୪୦ ଡିଗ୍ରୀ ଉପରେ ୧୦ ସହର, ବୌଦ୍ଧ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପ୍ରବଳ ଖରା ଅନୁଭୁତ ହେଉଛି । ତେବେ ଆଜି ରାଜ୍ୟର ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଅତିକ୍ରମ କରିଛି । ଏଥିରେ ସର୍ବାଧିକ ତାପମାତ୍ରା ବୌଦ୍ଧ ଜିଲ୍ଲାରେ ଅନୁଭୁତ ହୋଇଛି । ଏହି ଜିଲ୍ଲାରେ ୪୧.୮ ଡିଗ୍ରୀ ରହି ସର୍ବାଧିକ ରେକର୍ଡ କରିଛି । ସେହିଭଳି ମାଲକାନଗିରିରେ ୪୧.୬, ଟିଟିଲାଗଡ଼ ଓ ବଲାଙ୍ଗିରରେ ୪୧.୫ ଡିଗ୍ରୀ ରହିଛି ।

ଅନୁଗୁଳରେ ୪୧.୩ ଡିଗ୍ରୀ ଥିବା ବେଳେ ଭବାନୀପାଟଣାରେ ୪୧ ଡିଗ୍ରୀ, ଝାରସୁଗୁଡ଼ା ୪୦.୮ ଡିଗ୍ରୀ ରହିଛି । ଅନ୍ୟପଟେ ନୟାଗଡ଼ରେ ୪୦.୬, ସମ୍ବଲପୁର ଓ ତାଳଚେରରେ ୪୦.୪ ଡିଗ୍ରୀ ରହିଛି । କଟକ ଏବଂ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ବଢିଛି । ସକାଳ ୮.୩୦ରୁ ରାଜ୍ୟର ଅନେକ ଜିଲ୍ଲାରେ ୩୦ ଡିଗ୍ରୀ ଅତିକ୍ରମ କରୁଛି । ତେଣୁ ଘରୁ ଖରାରେ ବାହାରିବା ପୂର୍ବରୁ ସାଙ୍ଗରେ ଗ୍ଲୁକୋଜ ପାଣି ଏବଂ ଛତା ନେଇ ଯାଆନ୍ତୁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.