fbpx

ସୌମେନ୍ଦ୍ର ହେଲେ ପୋଲିସ କମିଶନର, ଜାଣନ୍ତୁ ସୁଧାଂଶୁଙ୍କୁ ମିଳିଲା କେଉଁ ଦାୟିତ୍ୱ?

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର) : ବରିଷ୍ଠ ଆଇପିଏସ ସ୍ତରରେ ଆଜି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହା ସହ ବଦଳିଯାଇଛନ୍ତି ଭୁବନେଶ୍ୱର-କଟକ ପୋଲିସ କମିଶନର । ନୂଆ ପୋଲିସ କମିଶନର ହୋଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ ସୌମେନ୍ଦ୍ର ପ୍ରୟିଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି ।

ସେହିପରି ଅଗ୍ନିଶମ ଡିଜି ହୋଇଛନ୍ତି ଏମ୍ ଅକ୍ଷୟ । ୧୯୮୮ ବ୍ୟାଚ୍ ଆଇପିଏସ ଏମ.ଅକ୍ଷୟ । ସେହିପରି ସୁଧାଂଶୁ ଷଡଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ୧୯୯୦ ବ୍ୟାଚର ଆଇପିଏସ ସୁଧାଂଶୁ ଷଡଙ୍ଗୀଙ୍କ ଜାଗାରେ ସୌମେନ୍ଦ୍ରଙ୍କୁ ଦାୟିତ୍ୱ ମିଳିଛି ।

Get real time updates directly on you device, subscribe now.