fbpx

ସ୍ୱାମୀଙ୍କର ଅନ୍ୟ ଝିଅ ସହ ଥିଲା ସମ୍ପର୍କ, ମେସେଜ କରୁଥିଲେ ‘I LOVE YOU’, ଦେଖନ୍ତୁ ସୌମ୍ୟଙ୍କୁ ନେଇ ଆଉ କ’ଣ କହିଲେ ବିଦ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଚାଲିଥିଲେ ବି ଏବେବି ଅନ୍ଧାରରେ ବାଡି ବୁଲାଉଛି ପୋଲିସ । କାହା ସହିତ କାହାର ତାଳମେଲ ରହୁନଥିବା ବେଳେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନୂଆ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଶାଶୁଙ୍କ ସହ ମୁଁ ପ୍ରତିଦିନ କଥା ହୁଏ ଓ ସେ ମୋତେ ବହୁତ ଭଲ ପାଆନ୍ତି, କିନ୍ତୁ ଏବେ କ’ଣ ପାଇଁ ଏତେ ମିଛ କହୁଛନ୍ତି ବୋଲି ବିଦ୍ୟା କହିଛନ୍ତି ।

ଏହା ବ୍ୟତିତ ସ୍ୱାମୀଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି ବିଦ୍ୟାଭାରତୀ । ସେ କହିଛନ୍ତି ଯେ, ‘ସ୍ୱାମୀଙ୍କ ସହ ମୋର ଭଲ ସମ୍ପର୍କ ଥିଲା । ବାହାଘରର ୩ ମାସ ବହୁତ ଭଲରେ ଚାଲିଥିଲା । କିନ୍ତୁ ଭୁବନେଶ୍ୱର ଆସିବା ପରେ କିଛି ଅସୁବିଧା ହୋଇଥିଲା । ଥରେ ବସିକି କଥା ହେଉଥିବା ବେଳେ ସୌମ୍ୟଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ଫୋନ୍ ଆସିବା ପରେ ସୌମ୍ୟ ଡରିଯାଇଥିଲେ ଓ ପ୍ରୋଜେକ୍ଟ ଆଳରେ କଲ୍ ଉଠାଇଥିଲେ ।

କିନ୍ତୁ ଫୋନର ସେପଟେ ଜଣେ ଝିଅର ସ୍ୱର ଶୁଣାଯାଇଥିଲା । ଝିଅ ଜଣକ କହୁଥିଲେ ଯେ, କ’ଣ ସୌମ୍ୟ ଏତେ ଦିନ ହେଲାଣି ଫୋନ କରୁନ । ମୋତେ ଭୁଲିଗଲଣି ନାଁ କ’ଣ ବୋଲି ଝିଅ କହିଥିବା ବିଦ୍ୟା ଶୁଣିଥିଲେ । ଏହା ପୂର୍ବରୁ ବି ସୌମ୍ୟ ଜଣଙ୍କୁ ଆଇ ଲଭ ୟୁ ଲେଖି ମେସେଜ କରିଥିବା ବିଦ୍ୟା କହିଛନ୍ତି । ସେ କହିଛନ୍ତି ଯେ, ‘ଏସବୁ ଜାଣିବା ପରେ ମୁଁ ସତ ଜାଣିବା ପାଇଁ ଚାହୁଁଥିଲି, କିନ୍ତୁ ଏନେଇ ତାଙ୍କୁ କୌଣସି ପ୍ରକାରର କିଛି କଥା କହିନି । ମୋବାଇଲରେ କିଛି ଦେଖିଲେ ପାସୱାର୍ଡ ବଦଳାଇ ଦିଅନ୍ତି । ଫେସବୁକ୍ ଖୋଲିଲେ ଆକାଉଣ୍ଟ ଡିଲେଟ୍ କରିଦିଅନ୍ତି । ମୋବାଇଲରୁ ନମ୍ବର ଓ ହ୍ୱାଟ୍ସଆପ ଚାଟକୁ ଡିଲେଟ କରିବା ସହ ଘଣ୍ଟା ଘଣ୍ଟା ଧରି କଥା ହେଇଥିବାର କଲ୍ ହିଷ୍ଟ୍ରି ବି ଡିଲେଟ କରିଦିଅନ୍ତି ।’

ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ କିପରି ହେଲା, ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ ରହିଛି । ମୃତ୍ୟୁର ବଳୟ ଡେଇଁ ପରକୀୟା ପ୍ରୀତି ଦିଗରେ ମୁହାଁଇବାରେ ଲାଗିଛି ଏହି ମାମଲା । ମାମଲାରେ କାହା କଥାରେ ତାଳମେଳ ରହୁନି । ସୌମ୍ୟଙ୍କ ପତ୍ନୀ ନିଜ ସ୍ୱାମୀଙ୍କ ନାଁରେ ପାଲଟା ଅଭିଯୋଗ କରିଥିବା ବେଳେ ବିଦ୍ୟାଙ୍କ ପିତା ଜ୍ୱାଇଁଙ୍କୁ ଦେବତା ବୋଲି କହିଛନ୍ତି । କିନ୍ତୁ ସୌମ୍ୟଙ୍କ ପିତା-ମାତା ବୋହୂର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମୃତ୍ୟୁ ପୂର୍ବରୁ ସୌମ୍ୟ ସମ୍ପତ୍ତିର ଉଇଲ କରିଥିବା ମାମୁଁ କହିଛନ୍ତି । ପୁରା ମାମଲାରେ ଏବେ ସନ୍ଦେହ ଘେରରେ ରହିଛନ୍ତି ଗୁରୁଣ୍ଡି ଥାନା ଅଧିକାରୀ ମମତା ପଣ୍ଡା । ଘଟଣାକୁ ନେଇ ଆଜି ବିଦ୍ୟାଙ୍କୁ ପଚରାଉଚରା କରିଛି ପୋଲିସ ।

Get real time updates directly on you device, subscribe now.