fbpx

ରାଜ୍ କୁନ୍ଦ୍ରା ଏହିପରି ଭାବେ ଚଳାଉଥିଲେ ଅଶ୍ଳୀଳ ଭିଡିଓ ଧନ୍ଦା, ୱି ଟ୍ରାନ୍ସଫର୍ ଜରିଆରେ ବିଦେଶକୁ ପଠାଉଥିଲେ ପର୍ଣ୍ଣ କ୍ଲିପ୍

ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଭିଡିଓ ଧନ୍ଦାର ଗୁମର, ହୋଟେଲ ଓ ଘରେ ମଡେଲ୍ ମାନଙ୍କୁ ନେଇ ହେଉଥିଲା ପର୍ଣ୍ଣ ଭିଡିଓ ସୁଟ୍

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣୁ ଓ ସେସବୁକୁ ଆପରେ ଅପଲୋଡ୍ କରୁଥିବା ଅଭିଯୋଗରେ ଗତକାଲି ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ଗତକାଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି । କ୍ରାଇମବ୍ରାଞ୍ଚର କହିବାନୁଯାୟୀ ରାଜ କୁନ୍ଦ୍ରା ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ୮-୧୦ କୋଟି ଟଙ୍କା ବିନିଯୋଗ କରିଥିଲେ। ସୋମବାର ପ୍ରଥମେ ରାଜ କୁନ୍ଦ୍ରାଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ମଧ୍ୟ ୨୦୨୧ ଫେବୃଆରୀରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

ଫେବୃଆରୀରୁ ହିଁ ଚାଲିଥିଲା ଯାଞ୍ଚ

ଫେବୃଆରୀ ମାସରେ ରାଜ୍ ଙ୍କ ବିରୋଧରେ କରାଯାଇଥିଲା ମାମଲା ରୁଜୁ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଛାନ୍ଭିନ୍ ଆରମ୍ଭ ହୋଇଯାଇଥିଲା । ତେବେ ଚାଲନ୍ତୁ ଜାଣିବା କିପରି ପର୍ଣ୍ଣ ଭିଡିଓ ଧନ୍ଦା ଚଳାଇଥିଲେ ରାଜ୍ । ଏହି ମାମଲାରେ ପୁଲିସ୍ କହିଛି ଯେ, ପୂରା ମାମଲାର ରାଜ୍ ହେଉଛନ୍ତି ମାଷ୍ଟରମାଇଣ୍ଡ ।

ରାଜ୍ କୁନ୍ଦ୍ରା ଏବଂ ବ୍ରିଟେନ୍ ରେ ରହୁଥିବା ତାଙ୍କ ଭାଇ କିନରିନ୍ ନାମକ ଏକ ଆପ୍ ତିଆରି କରିଥିଲେ । ଆଉ ଏଥିରେ ହିଁ ପର୍ଣ୍ଣ ଫିଲ୍ମ ଦେଖାଯାଉଥିଲା । ଅଶ୍ଳୀଳ ଭିଡିଓ ସବୁକୁ ଭାରତରେ ଶୁଟ୍ କରାଯାଉଥିଲା । ଏହାପରେ ୱି ଟ୍ରାନ୍ସଫର୍ ଜରିଆରେ ବିଦେଶ ପଠାଯାଉଥିଲା । ତେବେ ଏହି କମ୍ପାନୀର ରେଜିଷ୍ଟ୍ରେସନ୍ ରାଜ୍ ବିଦେଶରେ କରାଇଥିଲେ । ଯଦ୍ୱାରା ସେ ସାଇବର୍-ଲ ରୁ ବର୍ତ୍ତି ପାରିବେ । ଏହି ଫିଲ୍ମ ସବୁକୁ ପେଡ୍ ମୋବାଇଲ୍ ଆପ୍ଲିକେସନ୍ ରେ ରିଲିଜ୍ କରାଯାଉଥିଲା ।

ବିଭିନ୍ନ ହୋଟେଲ୍ ଓ ଘର ଗୁଡ଼ିକରେ ଏହି ଭିଡିଓ ସବୁକୁ ଶୁଟ୍ କରାଯାଉଥିଲା । ମଡେଲ୍ ମାନଙ୍କୁ କାମ ଦେବା ବାହାନାରେ ଅଶ୍ଳୀଳ ଭିଡିଓରେ କାମ କରିବାକୁ କୁହାଯାଉଥିଲା । ଆଉ ଏହି ସବୁକୁ ଲୋକମାନଙ୍କୁ ଦେଖାଇବା ପାଇଁ ସେମାନଙ୍କ ଠାରୁ ଟଙ୍କା ବି ନିଆଯାଉଥିଲା । ଯାଞ୍ଚରୁ ଏହା ବି ଜଣାପଡ଼ିଛି ଯେ, ମଡେଲ୍ ମାନଙ୍କୁ ବିଗ୍ ବଜେଟ୍ ମୁଭିରେ କାମ କରିବାକୁ ଦେବାର ଲୋଭ ଦେଖାଇ ସେମାନଙ୍କ ଦ୍ୱାରା ଜୋରଜବଦସ୍ତି ଏହି କାମ କରାଯାଉଥିଲା ।

ପୁଲିସ୍ କହିଛି ଯେ, ରାଜ୍ ଙ୍କ ବିରୋଧରେ ଖାଲି ଅଭିଯୁକ୍ତ ମାନଙ୍କ ବୟାନ ନୁହେଁ ବରଂ ଟେକ୍ନିକାଲ୍ ପ୍ରମାଣ ମଧ୍ୟ ରହିଛି । ଏହି ଇଣ୍ଡଷ୍ଟ୍ରୀରେ ରାଜ୍ କୁନ୍ଦ୍ରା ୮ରୁ ୧୦ କୋଟି ଟଙ୍କା ନିବେଶ କରିଥିଲେ । ତେବେ ସୁଚନା ଥାଉ କି, ପର୍ଣ୍ଣୋଗ୍ରାଫୀ ମାମଲାରେ ଆଇଟି ଆକ୍ଟ ଏବଂ ଆଇପିସି ଧାରା ଅଧୀନରେ ମାମଲା ରୁଜୁ କରାଯାଇଥାଏ ଏବଂ ଦଣ୍ଡସ୍ୱରୂପ ଅନେକ ବର୍ଷ ଯାଏ ଜେଲ୍ ଦଣ୍ଡ ମଧ୍ୟ ଦିଆଯାଏ ।

Get real time updates directly on you device, subscribe now.