fbpx

Election Result; କଡ଼ା ସଂଘର୍ଷ ପରେ ବି ହାରିଗଲେ ସୌମ୍ୟ: ଘସିପୁରାରେ ବିଜେଡିର ଶଙ୍ଖନାଦ

Advertisement

ଓଡ଼ିଶା ଭାସ୍କର: ଘସିପୁରା ନିର୍ବାଚନ ମଣ୍ଡଳୀରେ ରାଜନୀତି ପାଣିପାଗ ଅଚାନକ ବଦଳି ଯାଇଛି । ଶେଷ ପର୍ଯ୍ୟନ୍ତ ଭୋଟଗଣତିରେ ଆଗୁଆ ରହିଥିବା ସ୍ୱାଦୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି । ଶେଷ ମୁହୂର୍ତ୍ତରେ ବାଜି ମାରିନେଇଛନ୍ତି ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର । ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ଶେଷରେ ସୌମ୍ୟରଞ୍ଜନ ୧୩ ହଜାରରୁ ଅଧିକ ଭୋଟ ପଛରେ ରହି ଯାଇଛନ୍ତି । ରାଜନୀତି ସମୀକରଣ ଏକ ନୂଆ ମୋଡ଼ ନେବା ସହ ଘସିପୁରା ବିଧାନସଭା ଆସନରେ ମଧ୍ୟ ବିଜେଡିର ବିଜୟ ହୋଇଛି । ଏହି ନିର୍ବାଚନରେ ସୌମ୍ୟ ମୋଟ ୬୮,୫୫୮ ଭୋଟ ହାସଲ କରିଥିବା ବେଳେ ବିଜେଡି ପକ୍ଷରୁ ନିର୍ବାଚନ ଲଢୁଥିବା ବଦ୍ରି ନାରାୟଣ ପାତ୍ର ତାଙ୍କ ଅପେକ୍ଷା ୧୩,୭୫୧ ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଏହି ନିର୍ବାଚନରେ ମୋଟ ୮୨,୩୦୯ ଭୋଟ ପାଇ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.