fbpx
BJD SKY
BJD SKY

ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡାଙ୍କୁ ବିଜେଡିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ, ଜନବିରୋଧୀ କାର୍ଯ୍ୟ ଲାଗି କରାଗଲା ବହିଷ୍କୃତ

BJD

ଭୁବନେଶ୍ୱର:ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡାଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୌମ୍ୟଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ମଧ୍ୟ ଦଳରୁ ବହିଷ୍କୃତ ହୋଇଛନ୍ତି । ଜନ ବିରୋଧୀ କାର୍ଯ୍ୟ ଲାଗି ସୌମ୍ୟଙ୍କ ବିରୋଧରେ ଆକ୍ସନ ନିଆଯାଇଛି ବୋଲି କୁହାଯାଇଛି । ଏହା ବ୍ୟତିତ ଲୋନ୍ ସ୍କାମରେ ସୌମ୍ୟଙ୍କ ବିରୋଧରେ ବିଭିନ୍ନ ଦଫା ଲାଗିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ସେପ୍ଟେମ୍ବର ୧୨ରେ ସୌମ୍ୟଙ୍କୁ ବିଜେଡି ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା ।

ସେହିପରି ରେମୁଣା ବିଧାୟକ ସୁଧାଂଶୁଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ସବସିଡି ସ୍କାମ ପାଇଁ ସୁଧାଂଶୁ ବିଦା ହୋଇଛନ୍ତି । ସବସିଡି ପ୍ରଦାନ କ୍ଷେତ୍ରରେ ଘୋଟାଲା କରିଥିବା କାରଣରୁ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଏପରି ଆକ୍ସନ ନେଇଛନ୍ତି ।

Get real time updates directly on you device, subscribe now.