fbpx

ସତ ଚେଷ୍ଟା ପରେ ବି ମିଳୁନି ଚାକିରି : ଆପଣାନ୍ତୁ ଏହି ୫ଟି ବାସ୍ତୁ ଟିପ୍ସ

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ୱ ରହିଛି । ଯାହାକୁ ଅନୁସରଣ କରି ଚାଲିବା ଦ୍ୱାରା ଜୀବନରେ କୌଣସି ଅଭାବ ରୁହେ ନାହିଁ । ଜୀବନରେ ଆଗକୁ ବଢିବା ପାଇଁ ହେଲେ କିଛି ବାସ୍ତୁ ନିୟମର ପାଳନ କରିବା ଉଚିତ । ଆଜିକା ଦୁନିଆରେ ଚାକିରି ଖଣ୍ଡେ ଖୋଜିବା ବହୁତ ମୁସକିଲ ହୋଇଗଲାଣି । ଅଧରକ ପରିଶ୍ରମ ଏବଂ ଅଧିକ ପାଠ ପଢିବା ପରେ ମଧ୍ୟ ଯୁବପିଢିର ଅନେକ ଯୁବା ବେରୋଜଗାର ହୋଇ ଅଛନ୍ତି ।

କୁହାଯାଉଛି ଯେ, ଆପଣଙ୍କ ଯୋଗ୍ୟତା ଏବଂ କଠିନ ପରିଶ୍ରମର ଚାକିରି ପାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ଅନେକ ଥର ନିଜର ଭାଗ୍ୟ ସାଥ ଦେଇନଥାଏ ଏବଂ ଆପଣ ନିଜ ଲକ୍ଷର ପାଖକୁ ଯାଇ ମଧ୍ୟ ଲକ୍ଷସ୍ଥଳରେ ପହଞ୍ଚି ପାରନ୍ତି ନାହିଁ । ତେବେ ଚାକିରି ପାଇବା ପାଇଁ ଆପଣାନ୍ତୁ କିଛି ବାସ୍ତୁ ଟିପ୍ସ ।

– ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ କୌଣସି ଅଳିଆ ଜମା ହେବାକୁ ଦିଅନ୍ତୁ ନାହିଁ । ସେହି ଦିଗରେ ଥିବା ଅନାବଶ୍ୟକ ଜିନିଷକୁ ଫିଙ୍ଗି ଦିଅନ୍ତୁ । କାରଣ ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗକୁ କ୍ୟାରିଅର ଏବଂ ବ୍ୟବସାୟରେ ଉନ୍ନତି ଯୋଡି ହୋଇ ରହିଛି । ତେଣୁ ଏଭଳି କରିବା ଦ୍ୱାରା ତୁରନ୍ତ ଚାକିରି ମିଳିବାର ସମ୍ବାବନା ରହିଛି ।

– ଇଣ୍ଟରଭ୍ୟୁ କିମ୍ବା ଲିଖିତ ପରିକ୍ଷାରେ ପାସ ହେବା ପାଇଁ ନିଜ ରୁମର ଉତ୍ତର ଦିଗରେ ସବୁଜ ଉଦ୍ଭିଦ ରଖନ୍ତୁ । ସବୁଜ ରଙ୍ଗ ନୂଆ ଆରମ୍ଭର ପ୍ରତୀକ ଅଟେ । ଏହା ସହିତ ଭଲ ସୁଯୋଗକୁ ଆକର୍ଷଣ କରିଥାଏ । ଏହା କରିବା ଦ୍ୱାରା ଆପଣଙ୍କ ଭଅଗ୍ୟ ଖୋଲିଯିବ ।

– ପାଠପଢାର ଟେବୁଲ ହେଉ କିମ୍ବା ଡେସ୍କ ପଛ ପଟ କାନ୍ଥରେ ପର୍ବତର ଏକ ପୋଷ୍ଟର ଲଗାନ୍ତୁ । ଏହାକୁ ଦେଖିବା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ବଢିଯିବ । ଯାହାଫଳରେ କି ଆପଣଙ୍କୁ ଚାକିରି ମିଳିବା ସହଜ ହୋଇଯିବ ।

Get real time updates directly on you device, subscribe now.