fbpx
BJD SKY
BJD SKY

ସୌରଭ ଗାଙ୍ଗୁଲି ଚୟନ କଲେ ଅଲଟାଇମ ପ୍ଲେଇଙ୍ଗ XI, ଯାହାକୁ କ୍ୟାରିୟରରେ ମାନୁଥିଲେ ଶତ୍ରୁ ତାଙ୍କୁ କଲେ ଅଧିନାୟକ

BJD

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅଲଟାଇମ ଚୂଡାନ୍ତ ଏକାଦଶ ଚୟନ କରିଛନ୍ତି । ଏହି ଦଳରେ ଭାରତରୁ କେବଳ ୨ ଜଣ ଖେଳାଳିଙ୍କୁ ଦାଦା ସ୍ଥାନ ଦେଇଛନ୍ତି । ଗାଙ୍ଗୁଲି ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡର ୟୁଟ୍ୟୁବ୍ ଚ୍ୟାନେଲରେ ନିଜର ପ୍ରିୟ ଅଲଟାଇମ ଚୂଡାନ୍ତ ଏକାଦଶ ବା ଅଲଟାଇମ ପ୍ଲେଇଙ୍ଗ  ଇଲେଭେନ ଘୋଷଣା କରିଛନ୍ତି । ଗାଙ୍ଗୁଲି ନିଜର ଏହି ଦଳରେ ଓପନିଂ ଭାବେ ମାଥ୍ୟୁ ହେଡେନ ଓ ଆଲିଷ୍ଟର କୁକଙ୍କୁ ସାମିଲ କରିଛନ୍ତି । ନମ୍ବର ୩ ପାଇଁ ଗାଙ୍ଗୁଲିଙ୍କ ପସନ୍ଦ ରହିଛନ୍ତି ରାହୁଲ ଦ୍ରାବିଡ । ନମ୍ବର ୪ରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ସ୍ଥାନ ଦିଆଯାଇଛି । ଏହା ବ୍ୟତୀତ ଗାଙ୍ଗୁଲିଙ୍କ ଏହି ଦଳରେ ଜ୍ୟାକ୍ କାଲିସଙ୍କୁ ଅଲରାଉଣ୍ଡର ଭାବେ ସାମିଲ କରାଯାଇଛି । ୱିକେଟ୍ କିପର ଭାବେ ଗାଙ୍ଗୁଲିଙ୍କ ପସନ୍ଦ ରହିଛନ୍ତି ଶ୍ରୀଲଙ୍କାର କୁମାର ସାଙ୍ଗାକାର ।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଦାଦାଙ୍କ ଏହି ଦଳରେ ଅଛନ୍ତି । ସୌରଭ ଗାଙ୍ଗୁଲି ପଣ୍ଟିଂଙ୍କୁ ନିଜ ଦଳର ଅଧିନାୟକ କରିଛନ୍ତି । ଦ୍ରୁତ ବୋଲର ପାଇଁ ସେ ଗ୍ଲେନ ମ୍ୟାକଗ୍ରା ଓ ଡେଲ ଷ୍ଟେନଙ୍କୁ ଚୟନ କରିଛନ୍ତି । ସେହି ପରି ସ୍ପିନର ଭାବେ ସେନ ୱାର୍ଣ୍ଣ ଓ ମୁଥେୟା ମୁରଲୀଧରଣଙ୍କୁ  ସ୍ଥାନ ଦିଆଯାଇଛି ।

ଆଶ୍ଚର୍ଯ୍ୟକର କଥା ଗାଙ୍ଗୁଲି ନିଜର ଏହି ଦଳରେ ନା ଅନିଲ କୁମ୍ବଲେଙ୍କୁ ଚୟନ କରିଛନ୍ତି ନା କପିଲ ଦେବଙ୍କ ପରି ବରିଷ୍ଠ ଭାରତୀୟ ଖେଳାଳିଙ୍କୁ । ଏହା ବ୍ୟତୀତ ଗାଙ୍ଗୁଲିଙ୍କ ଦଳରେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନର ଜଣେ ହେଲେ ଖେଳାଳି ନାହାନ୍ତି ।

ସୌରଭ ଗାଙ୍ଗୁଲିଙ୍କ ଅଲ ଟାଇମ ପ୍ଲେଇଙ୍ଗ ଇଲେଭେନ

ମାଥ୍ୟୁ ହେଡେନ(ଅଷ୍ଟ୍ରେଲିଆ), ଆଲିଷ୍ଟର କୁକ୍‌(ଇଂଲଣ୍ଡ), ରାହୁଲ ଦ୍ରାବିଡ(ଭାରତ), ସଚିନ ତେନ୍ଦୁଲକର(ଭାରତ), ଜ୍ୟାକ କାଲିସ(ଦକ୍ଷିଣ ଆଫ୍ରିକା), କୁମାର ସାଙ୍ଗାକାରା(ଶ୍ରୀଲଙ୍କା), ରିକି ପଣ୍ଟିଂ(ଅଷ୍ଟ୍ରେଲିଆ), ଶେନ ୱାର୍ଣ୍ଣ(ଅଷ୍ଟ୍ରେଲିଆ), ମୁଥେୟା ମୁରଲୀଧରଣ(ଶ୍ରୀଲଙ୍କା), ଡେଲ ଷ୍ଟେନ(ଦକ୍ଷିଣ ଆଫ୍ରିକା) ।

Get real time updates directly on you device, subscribe now.