fbpx

ଏହି ଦିନ Amazon Prime Day Sale ଆରମ୍ଭ, ବମ୍ପର ଡିସକାଉଣ୍ଟର ସହ ମିଳିବ କ୍ୟାସବ୍ୟାକ

ନୂଆଦିଲ୍ଲୀ: ଯଦି ଆପଣ ଅନଲାଇନ୍ ସପିଂ କରୁଛନ୍ତି, ତେବେ ଏହି ଖବରଟି କେବଳ ଆପଣଙ୍କ ପାଇଁ ରହିଛି । ତେବେ Amazon Prime Day Sale ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ କମ୍ପାନୀ ଏହି ସେଲ ଆୟୋଜନ କରୁଥିବା ବେଳେ ୨୦୨୧ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି । ଆମାଜନ୍ ଘୋଷଣା କରିଛି ଯେ, ଭାରତରେ ୨୬ ଜୁଲାଇ ଓ ୨୭ ଜୁଲାଇ ୨୦୨୧ରେ ବାର୍ଷିକ Prime Day Sale ପାଇଁ ପ୍ରସ୍ତୁତି ସରିଛି । ଏହି ସେଲ ଜରିଆରେ ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ସ, ଟିଭି ଉପକରଣ ଆଦି ସମସ୍ତ ଶ୍ରେଣୀର ଉପକରଣରେ ବମ୍ପର ଡିସକାଉଣ୍ଟ ଦିଆଯିବ ।

Amazon Prime Day Saleରେ ନୂଆ ଲଞ୍ଚ ହୋଇଥିବା ଉପକରଣ, ଫ୍ୟାଶନ, ସୌନ୍ଦର୍ଯ୍ୟ ଦ୍ରବ୍ୟ, ଘର ଏବଂ ରୋଷେଇ ଘର, ଆସବାବପତ୍ର, ପ୍ରାଇମ ସଦସ୍ୟଙ୍କ ପାଇଁ ଦୈନଦିନ ଅତ୍ୟାବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ବିଷୟ ଅନ୍ତର୍ଭୁକ୍ତ ହେବ । ସେଲ୍ ସମୟରେ ଗ୍ରାହକମାନେ ବିଭିନ୍ନ ଜିନିଷ ଉପରେ ବମ୍ପର ରିହାତି ଓ କ୍ୟାସବ୍ୟାକ ପାଇପାରିବେ ।

Get real time updates directly on you device, subscribe now.