fbpx

ଗୁଜବ ଉପରେ ଲାଗିଲା ବିରାମ, ଏହି ଘୋଷଣା କଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ଏକ ଟ୍ୱିଟକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ଫ୍ୟାନ୍ସଙ୍କୁ କହିଥିଲେ ଯେ ସେ କିଛି ନୂଆ କରିବାକୁ ଯୋଜନା କରିଛନ୍ତି । ଆଉ ଗାଙ୍ଗୁଲିଙ୍କ ଏହି ଟ୍ୱିଟ ପରେ ଅନୁମାନ କରାଯାଉଥିଲା ଯେ ସେ ଇସ୍ତଫା ଦେଉଛନ୍ତି ଏବଂ କୌଣସି ରାଜନୀତିକ ଦଳରେ ଯୋଗ ଦେଉଛନ୍ତି ।

ତେବେ ଏହି କଳ୍ପନାଜଳ୍ପନାର ଉପରେ ବିରାମ ଲଗାଇଛନ୍ତି ସୌରଭ ଗାଙ୍ଗୁଲି । ସେ କହିଛନ୍ତି ଯେ ମୁଁ ବିସିସିଆଇରୁ ଇସ୍ତଫା ଦେଇନାହିଁ । ମୁଁ ଏକ ନୂଆ ଶିକ୍ଷା ଆପ୍ ଲଞ୍ଚ କରୁଛି । ଏହା ବ୍ୟତୀତ ଅନ୍ୟ କୌଣସି କଥା ନାହିଁ ।

ଗାଙ୍ଗୁଲିଙ୍କ ଟ୍ୱିଟ୍ ପରେ ଖବର ଆସିଥିଲା ଯେ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଅବଶ୍ୟ ବିସିସିଆଇ ସମ୍ପାଦକ ଜୟ ଶାହ ଏହାକୁ ଗୁଜବ ବୋଲି କହିଥିଲେ । ସେ କହିଥିଲେ ଯେ ଗାଙ୍ଗୁଲି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇନାହାଁନ୍ତି । ଏହାପରେ ଗାଙ୍ଗୁଲି ମଧ୍ୟ ସାମ୍ନାକୁ ଆସି ଗୁଜବକୁ ଖାରଜ କରିଛନ୍ତି ।

ସୂଚନାଯୋଗ୍ୟ, ସୌରଭ ଗାଙ୍ଗୁଲି ଅକ୍ଟୋବର ୨୦୧୯ ରେ ବିସିସିଆଇ ଅଧ୍ୟକ୍ଷ ଭାବରେ ପଦ ସମ୍ଭାଳିଥିଲେ । ଗାଙ୍ଗୁଲି ଭାରତୀୟ କ୍ରିକେଟ ବୋର୍ଡର ୩୯ତମ ଅଧ୍ୟକ୍ଷ । ତାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ସେପ୍ଟେମ୍ବରରେ ଶେଷ ହେଉଛି ।

Get real time updates directly on you device, subscribe now.