fbpx

ସାଉଥ୍ ଅଭିନେତା ଓ ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ

Advertisement

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖ ଖବର । ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ଅଭିନେତା ରଜନୀକାନ୍ତ, କମଲ ହାସନ, ପ୍ରଭୁଦେବା, ବିଜୟ ସେଥୁପତିଙ୍କ ସହିତ ଚଳଚ୍ଚିତ୍ର ଜଗତ ସହିତ ସମ୍ପୃକ୍ତ ବହୁ କଳାକାର ଶୋକବ୍ୟକ୍ତ କରିଛନ୍ତି । ପାନକ୍ରିଏଟିକ ସମସ୍ୟା କାରଣରୁ ସେ ଗତ ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ ବୋଲି ଜଣାପଡ଼ିଛି ।

ମନୋବାଲା ଦକ୍ଷିଣ ଭାରତୀୟ ଫିଲ୍ମ ଦୁନିଆରେ ଜଣେ ଜଣାଶୁଣା ଆର୍ଟିଷ୍ଟ ଭାବେ ବେଶ୍ ପରିଚିତ ଥିଲେ । ସେ ଜଣେ କମେଡ଼ିଆନ, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ସେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଦୀର୍ଘଦିନ ଧରି ଜଡ଼ିତ ରହିଥିଲେ । ତାଙ୍କର ମୃତ୍ୟୁ ପରେ ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ମନୋବାଲା ତାଙ୍କର ସ୍ୱତନ୍ତ୍ର ଭଏସ୍ ଯାଦୁ ଓ ସେନ୍ସ ଅଫ୍ ହ୍ୟୁମର ମାଧ୍ୟମରେ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିପାରୁଥିଲେ ।

ପ୍ରସିଦ୍ଧ ଫିଲ୍ମ ନିର୍ମାତା ଭାରଥିରାଜାଙ୍କ ସହଯୋଗୀ ଭାବେ ମନେବାଲା ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ପାଖାପାଖିରେ ୭୦୦ ଫିଲ୍ମରେ ଅଭିନୟ କରିବା ସହ ୪୦ଟି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ସେହିପରି ଅଳ୍ପ କିଛି ଫିଲ୍ମ ସେ ପ୍ରଯୋଜନା କରିଥିଲେ । ଫିଲ୍ମ ‘ସେଥୁ’, ‘ପିଥାମଗନ’, ‘ଓରକାଭଲନ’, ‘କାଟ୍ରିନ ମୋଝି’ ଓ ‘ଚକ୍ର’ତାଙ୍କୁ ଦର୍ଶକଙ୍କ ଖୁବ୍ ନିକଟତତର କରାଇପାରିଥିଲା । ତାଙ୍କର ଶେଷ ଦର୍ଶନ ପାଇଁ ଚେନ୍ନାଇ ସ୍ଥିତ ତାଙ୍କ ବାସଭବନକୁ ମରଶରୀରକୁ ନିଆଯିବ ।

Get real time updates directly on you device, subscribe now.