fbpx
BSKY
BJD SHG SKY
BJD YOUTH SKY

ଗୋଟିଏ ବର୍ଷରେ ତିନି ଭାରତୀୟ ଅଧିନାୟକଙ୍କୁ ଫେଲ୍ କଲା ଦକ୍ଷିଣ ଆଫ୍ରିକା, ଜିତିବାକୁ ଦେଇନି ଗୋଟିଏ ହେଲେ ମ୍ୟାଚ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ଭ୍ରମଣକାରୀ ଦଳ ୭ ଓ୍ଵିକେଟରେ ଜିତିଥିବା ବେଳେ କଟକରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚରେ ଭାରତକୁ ୪ ଓ୍ଵିକେଟରେ ହରାଇଛି। ଏହା ସହିତ ଟି-୨୦ ଫର୍ମାଟରେ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଘରୋଇ ମାଟିରେ ରେକର୍ଡ ଆହୁରି ଖରାପ ହୋଇ ଚାଲିଛି। ଭାରତ ନିଜ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏ ଯାଏଁ ଛଅଟି ମ୍ୟାଚ୍ ଖେଳିଛି। ଦଳ ମାତ୍ର ଥରୁଟିଏ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ପାଞ୍ଚଟି ମ୍ୟାଚ୍ ଜିତିଛି। କେବଳ ଏତିକି ନୁହେଁ ୨୦୨୨ରେ ତିନି ଫର୍ମାଟକୁ ମିଶାଇ ଭ୍ରମଣକାରୀ ଦଳ ଭାରତକୁ ଗୋଟିଏ ହେଲେ ମ୍ୟାଚ୍ ଜିତିବାକୁ ଦେଇ ନାହିଁ।

୨୦୨୧ ଶେଷ ଆଡକୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଦଳ ଟେଷ୍ଟ ସିରିଜ ୧-୨ରେ ହାରିଥିବା ବେଳେ ଦିନିକିଆରେ ୦-୩ରେ ହାରିଥିଲା। ଜାନୁଆରୀ ୩ରେ ଭାରତୀୟ ଦଳ କେଏଲ ରାହୁଲଙ୍କ ନେତୃତ୍ଵରେ ଦ୍ଵିତୀୟ ଟେଷ୍ଟ ହାରିଥିଲା। ଆହତ କାରଣରୁ ବିରାଟ କୋହଲି ଉକ୍ତ ମ୍ୟାଚ୍ ଖେଳିନଥିଲେ। ଜାନୁଆରୀ ୧୧ରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଭାରତୀୟ ଦଳ ପୁଣି ପରାଜିତ ହୋଇଥିଲା ଏବଂ ଏଥର ଅଧିନାୟକ ଥିଲେ ବିରାଟ କୋହଲି। ପୁଣି ଏହି ଗସ୍ତରେ ଭାରତୀୟ ଦଳ ଦକ୍ଷିଣ ବିପକ୍ଷରେ ତିନି ମ୍ୟାଚର ଦିନିକିଆ ସିରିଜ୍ ଖେଳିଥିଲା। ଦଳ ଘରୋଇ ଦକ୍ଷିଣ ଆଫ୍ରିକାଠୁ ୦-୩ରେ ସିରିଜ୍ ହାରିଥିଲା।

ଏବେ ଋଷଭ ପନ୍ତଙ୍କ ନେତୃତ୍ଵାଧୀନ ଭାରତୀୟ ଦଳକୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦୁଇଟି ଟି-୨୦ରେ ହରାଇ ସାରିଛି।
ଏବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶାଖାପଟନମରେ ଜୁନ ୧୪ରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ପାଲଟିଛି। ଯେମିତି ହେଲେ ମୁକାବିଲା ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ ଭାରତୀୟ ଦଳ।

 

Get real time updates directly on you device, subscribe now.