fbpx

ଆମାଜନକୁ ଝଟକା, ୪୫ ଦିନରେ ୨୦୦ କୋଟି ଜରିମାନା ଦେବାକୁ ପଡ଼ିବ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଅନଲାଇନ୍-ବିଜନେସ୍ କମ୍ପାନି ଆମାଜନ୍ ଫ୍ୟୁଚର ଗ୍ରୁପ୍ ମାମଲାରେ ଲାଗିଛି ବଡ଼ ଝଟକା । ଏନସିଏଲଏଟି ଆମାଜନ ଏବଂ ଫ୍ୟୁଚର କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ସ୍ଥଗିତ ରାଖିବାକୁ ଏନସିଏଲଏଟି ଭାରତର ପ୍ରତିଯୋଗିତା ଆୟୋଗ(ସିସିଆଇ)କୁ ସମର୍ଥନ କରିଛନ୍ତି । ଏଥି ପାଇଁ ଆମାଜନକୁ ୪୫ ଦିନ ମଧ୍ୟରେ ୨୦୦ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜଷ୍ଟିସ ଏମ ଭେନୁଗୋପାଳ ଏବଂ ଅଶୋକ କୁମାର ମିଶ୍ରଙ୍କ ଦୁଇ ଜଣିଆ ବେଞ୍ଚ ସିସିଆଇର ନିଷ୍ପତ୍ତିକୁ ସମର୍ଥନ କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ, ଫ୍ୟୁଚର କୁପନ୍ସ ପିଭି ଲିମିଟେଡ୍ (ଏଫସିପିଏଲ) ସହିତ ହୋଇଥିବା ଚୁକ୍ତି ପାଇଁ ସିସିଆଇ ଦୁଇ ବର୍ଷରୁ ଅଧିକ ପୁରୁଣା ଅନୁମୋଦନକୁ ସ୍ଥଗିତ ରଖିଥିଲେ ।

ଗତବର୍ଷ ଡିସେମ୍ବର ମାସରେ ଫ୍ୟୁଚର ଗ୍ରୁପ୍ର ୪୯ ପ୍ରତିଶତ ଅଂଶଧନ ପାଇବା ପାଇଁ ୨୦୧୯ରେ ଆମାଜନ ଦ୍ୱାରା ହୋଇଥିବା ଚୁକ୍ତିରେ ଦିଆଯାଇଥିବା ଅନୁମୋଦନକୁ ସିସିଆଇ ସ୍ଥଗିତ ରଖିଥିଲେ । ଆମାଜନ ଏହା ବିରୋଧରେ ଏନସିଏଲଏଟି ନିକଟରେ ଅପିଲ୍ କରିଥିଲା ।

ଅକ୍ଟୋବର ୨୦୨୦ ରେ ଆମାଜନ ସିଙ୍ଗାପୁର ଆର୍ବିଟ୍ରେସନ୍ ସେଣ୍ଟରକୁ ଯିବା ପରେ ଦୁଇ କମ୍ପାନୀ ମଧ୍ୟରେ ଏକ ଆଇନଗତ ଯୁଦ୍ଧ ଆରମ୍ଭ ହୋଇଥିଲା। ଆମାଜନ କହିଛି ଯେ ୨୪,୭୧୩ କୋଟି ଟଙ୍କାର ଅଂଶଧନ ବିକ୍ରୟ ପାଇଁ ରିଲାଏନ୍ସ ଗ୍ରୁପ୍‌ର ରିଲାଏନ୍ସ ରିଟେଲ ସହିତ ୨୦୧୯ ରେ ହୋଇଥିବା ନିବେଶ ଚୁକ୍ତିନାମାକୁ ଫ୍ୟୁଚର ଗ୍ରୁପ୍ ଉଲ୍ଲଂଘନ କରିଛି।

Get real time updates directly on you device, subscribe now.