fbpx
BSKY SKY
BSKY SKY

ଓମିକ୍ରାନ୍ ଭୟ: ଆଫ୍ରିକୀୟ ଦେଶରୁ ମହାରାଷ୍ଟ୍ରକୁ ଫେରିଥିବା ୬ କରୋନା ପଜିଟିଭ, ଭାରିଏଣ୍ଟ୍ ଚିହ୍ନଟ ପୁଣେ ପଠାଗଲା ନମୁନା

BSKY

ମୁମ୍ବାଇ : କରୋନା ଭାଇରସ୍‌ର ନୂଆ ଭାରିଏଂଟ ଓମିକ୍ରାନର ବିପଦ ମଧ୍ୟରେ ଆଫ୍ରିକାର ବିପଦପୂର୍ଣ୍ଣ ଦେଶରୁ ମହାରାଷ୍ଟ୍ର ପହଂଚିଥିବା ୬ ଜଣ କରୋନା ସଂକ୍ରମିତ ମିଳିଛନ୍ତି । ଏ ସମସ୍ତଙ୍କ ଚିକିତ୍ସା ନିକଟବର୍ତ୍ତୀ କୋଭିଡ ହେଲ୍‌ଥ ସେଣ୍ଟରରେ କରାଯାଉଛି । ଏହାର ସାମ୍ପଲ୍‌ ସିକ୍ୱେଂସିଙ୍ଗ ପାଇଁ ପୁଣେର ଲାବରୋଟୋରିକୁ ପଠାଯାଇଛି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ବୁଧବାର ଦିନ ସାମ୍ବାଦିକଙ୍କୁ କହିଛନ୍ତି ଯେ ଆଫ୍ରିକାର ବିଦପୂର୍ଣ୍ଣ ଦେଶରୁ ମହାରାଷ୍ଟ୍ର ଆସିଥିବା ଯାତ୍ରୀମାନଙ୍କ ସାମ୍ପଲ୍‌ ତକ୍ରାଳ ଜୀନୋମ ସିକ୍ୱେଂସିଙ୍ଗ ପାଇଁ ଲ୍ୟାବକୁ ପଠାଯାଇଚି । ଏହି ସମସ୍ତ ଯାତ୍ରୀମାନଙ୍କୁ ୭ଦିନ ପାଇଁ କ୍ୱାରେଣ୍ଟାଇନ୍ (ପୃଥକବାସ) କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ରରେ ଓମିକ୍ରୋନ୍‌ ଭ୍ୟାରିଏଣ୍ଟ ଏବେ ଗୋଟିଏ ମଧ୍ୟ ମାମଲା ନାହିଁ । ସେ ଲୋକମାନଙ୍କୁ କୋଭିଡ ପ୍ରୋଟୋକଲ୍‌ର କଡ଼ା ଭାବରେ ପାଳନ କରିବାକୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.