ନୂଆଦିଲ୍ଲୀ: ୨୦୨୫ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇତିହାସ ସୃଷ୍ଟି କରିବାର କିଛି ମାସ ପରେ ଦକ୍ଷିଣ ଆଫ୍ରିକା ଏବେ ନିଜର ଟି୨୦ ଟିମକୁ ସୁଧାରିବା ଉପରେ ଧ୍ୟାନ ଦେଇଛି। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ବିପକ୍ଷରେ ଅଗଷ୍ଟ ୧୦ରୁ ଟି୨୦ ସିରିଜରେ ଅଂଶଗ୍ରହଣ କରିବ।
ଦକ୍ଷିଣ ଆଫ୍ରିକା ଜିମ୍ବାୱେରେ ଏକ ତ୍ରିରାଷ୍ଟ୍ରୀୟ ସିରିଜରେ ଅଂଶଗ୍ରହଣ କରିଥିଲା କିନ୍ତୁ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଫାଇନାଲରେ ପରାସ୍ତ ହୋଇଥିଲା। ତେବେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ଏବଂ ଟି୨୦ ସିରିଜ ଜିଓ ଷ୍ଟାର ଆପ୍ ଏବଂ ୱେବସାଇଟରେ ସିଧା ପ୍ରସାରଣ କରାଯିବ।
ତାରିଖ ଏବଂ ସମୟ:
୧୦ ଅଗଷ୍ଟ, ରବିବାର: ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍ – ଅପରାହ୍ନ ୨:୪୫
୧୨ ଅଗଷ୍ଟ, ମଙ୍ଗଳବାର: ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ – ଅପରାହ୍ନ ୨:୪୫
୧୬ ଅଗଷ୍ଟ, ଶନିବାର: ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ତୃତୀୟ ମ୍ୟାଚ୍ – ଅପରାହ୍ନ ୨:୪୫