(Video) କାଠମାଣ୍ଡୁ ରାସ୍ତାରେ ଜନସମୁଦ୍ର: ସଂସଦ ବାହାରେ ତୀବ୍ର ପ୍ରତିବାଦ, ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି

କାଠମାଣ୍ଡୁ: ନେପାଳ ରାଜଧାନୀ କାଠମାଣ୍ଡୁରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ନ୍ୟୁ ବାନେଶ୍ୱରରେ ଅବସ୍ଥିତ ସଂସଦ ଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ ।

ପ୍ରସାଶନ ପକ୍ଷରୁ ସଂସଦ ବାହାରେ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ କରାଯାଇଥିବାବେଳେ ବ୍ୟାରିକେଟ୍ ଲାଗାଯାଇଥିଲା । ଉତ୍ତେଜିତ ଲୋକେ ବ୍ୟାରିକେଟ ଭାଙ୍ଗି ସଂସଦରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଯାହାଫଳରେ ସଂସଦ ଆଗରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା ।

ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରାଶାସନ ପକ୍ଷରୁ କାଠମାଣ୍ଡୁରେ କର୍ଫ୍ୟୁ ଜାରି କରାଯାଇଛି । ଦେଶରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ଲୋକମାନେ ରାସ୍ତାକୁ ଓହ୍ଲାଇଥିବାବେଳେ ସୋମବାର ଦିନ ପ୍ରତିବାଦ ଉଗ୍ର ରୂପ ନେଇଥିଲା ।

ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଇତ୍ୟାଦି ସୋସିଆଲ ମିଡିଆ ବ୍ୟାନକୁ ପିରୋଧ କରି ଏହି ଲୋକମାନେ ପ୍ରତିବାଦ କରିଛନ୍ତି । ପ୍ରଦର୍ଶନକାରୀମାନେ ଯେତେବେଳେ ବ୍ୟାରିକେଟ୍ ଭାଙ୍ଗି ସଂସଦ ଭିତରକୁ ପ୍ରବେଶ ଉଦ୍ୟମ କରିବା ପରେ ମୁଖ୍ୟ ଜିଲ୍ଲା ଅଧିକାରୀ ଛବିଲାଲ ରିଜାଲ ସେକ୍ସନ୍ ୬ ଅନ୍ତର୍ଗତ ଅପରାହ୍ଣ ୧୨ଟା ୩୦ରୁ ରାତି ୧୦ ଟା ପର୍ଯ୍ୟନ୍ତ କାଠମାଣ୍ଡୁରେ କର୍ଫ୍ୟୁ ଘୋଷଣା କରିଛନ୍ତି ।