fbpx

ସାଉଥ୍ ଷ୍ଟାର ଅଜିତ କୁମାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ: ବିଦେଶରେ ଶୁଟିଂ ସମୟରେ ରାସ୍ତାକଡ଼କୁ ଓଲଟିଲା ଗାଡ଼ି

ନୂଆଦିଲ୍ଲୀ: ସାଉଥ୍ ଷ୍ଟାର ଅଜିତ କୁମାରଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫିଲ୍ମ ଶୁଟିଂ ସମୟରେ ଅଜିତଙ୍କ କାର ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଅଜରବୈଜାନରେ ଅଜିତ ତାଙ୍କର ଫିଲ୍ମ ‘ବିଦା ମୁୟାରଚି’ର ଆକ୍ସନ ସିନ୍ ଶୁଟିଂ କରୁଥିବା ଏହି ଅଘଟଣ ଘଟିଥିଲା । ଅଜିତ କାରରେ ଷ୍ଟଣ୍ଟ କରୁଥିବା ସମୟରେ ନିୟନ୍ତ୍ରଣ ହରାଇ କାରଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।

ତେବେ କାର ଓଲଟି ପଡ଼ିବା ପରେ ଘଟଣାସ୍ଥଳରେ ଶୁଟିଂ ଟିମ୍ ପହଞ୍ଚିବା ସହିତ କାର ଭିତରେ ଥିବା ଅଜିତ ଓ ଅନ୍ୟ ଅଭିନେତାଙ୍କ କାରରୁ ବାହାର କରିଥିଲେ । ଏହି ଘଟଣା ବାବଦରେ ଅଧିକ ତଥ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ । ତେବେ ଅଜିତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ପାଇବା ପରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଏବେ ନିରାଶା ଭରି ଯାଇଛି । ସେମାନେ ଅଜିତଙ୍କର ସୁସ୍ଥ ଜୀବନ କାମନା କରିଛନ୍ତି । ଏହି ଦୁର୍ଘଟଣାର କିଛି ଭିଡିଓ ଅଜିତଙ୍କ ସହଯୋଗୀଙ୍କ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଶେୟାର କରାଯାଇଛି ।

Get real time updates directly on you device, subscribe now.