fbpx

Elon Musk ଭାରତରେ ଆରମ୍ଭ କଲେ କମ୍ୟୁନିଟୀ ନୋଟସ୍ ଫିଚର, ଜାଣନ୍ତୁ କ’ଣ ରହିଛି ଏହାର କାମ

ନୂଆଦିଲ୍ଲୀ: ଏକ୍ସରେ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏକ ନୂଆ ଫିଇର ରୋଲଆଉଟ କରାଯାଇଛି । ଏକ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ଚିଫ ଟେକ୍ନୋଜୋଜୀ ଅଫିସର ଏଲନ ମସ୍କ ଭାରତରେ କମ୍ୟୁନିଟୀ ନୋଟସ ନାମକ ଏକ ନୂଆ ଫିଚରକୁ ରୋଲଆଉଟ କରିବାର ଘୋଷଣା କରିଛନ୍ତି । ଗ୍ଲୋବାଲ ଲେବୁଲରେ ଏହି ଫିଚରର ଆରମ୍ଭ ଏପ୍ରିଲ ୨୦୨୨ରେ କରିଥିଲେ, ହେଲେ ଭାରତରେ ଏବେ ଏହାକୁ ରୋଲଆଉଟ କରାଗଲା ।

ଏଲନ ମସ୍କ ଭୁଲ ସୂଚନା ପ୍ରସାରିତ ହେବାକୁ ରୋକିବା ଲାଗି ଏହି ଫିଚରକୁ ଲଞ୍ଚ କରିଛନ୍ତି । ଏହି ଫିଚର ମାଧ୍ୟମରେ ଅନେକ ୟୁଜର୍ସ ଏକ୍ସରେ ଉପସ୍ଥିତ କୌଣସି ମଧ୍ୟ ମିସଲିଡିଙ୍ଗ ଅର୍ଥାତ ଭ୍ରମକ ପୋଷ୍ଟର ଫ୍ୟାକ୍ଟ ଚେକିଂ କରିବାର ଆଗ୍ରହ କରିପାରିବେ । ଏଲନ ମସ୍କ ଭାରତରେ ଏହି ଫିଚରର ଆରମ୍ଭ ଏପରି ସମୟରେ କରିଛନ୍ତି, ଯେଉଁ ସମୟରେ ଲୋକସଭା ନିର୍ବାଚନ ହେବ ଏବଂ ଏହାରି ମଧ୍ୟରେ ଏକ୍ସ ଜରିଆରେ ଅନେକ ଭ୍ରମାନ୍ତକ ଖବର ପ୍ରସାରିତ ହୋଇପାରେ । ଏଥିରେ ଏକ୍ସର କମ୍ୟୁନିଟୀ ନୋଟ୍ସ ଫିଚର ଭୁଲ ତଥ୍ୟକୁ ପ୍ରସରିତ କରିବାକୁ ଅଟକାଇଥାଏ ।

ଏହି ଫିଚରକୁ ସରଳ ଭାଷାରେ ବୁଝିଲେ, ଏକ୍ସରେ ଭୁଲ ଖବର ବ୍ୟାପିବାରୁ ରୋକିବା ଲାଗି ଏଲନ ମସ୍କ ଏହି ଫିଚରର ଆରମ୍ଭ କରିଥିଲେ । ଏହି ଫିଚର ମାଧ୍ୟମରେ ଏକ୍ସ ନିଜର ଏହି କମ୍ୟୁନିଟୀ ନୋଟସ୍ ପୋଗ୍ରାମରେ ମନୋନୀତ ଉପଯୋଗକର୍ତ୍ତାକୁ ସାମିଲ କରିବ । ୟୁଜର୍ସଙ୍କୁ କମ୍ୟୁନିଟି ନୋଟସ ପ୍ରୋଗ୍ରାମରେ ସାମିଲ କରିବା ଲାଗି ଏକ୍ସ କିଛି ଜରୁରୀ ନିୟମ ପ୍ରସ୍ତୁତ କରିଛି । ଏହି ନିୟମ ଅନୁସାରେ, ଯେଉଁ ବ୍ୟବହାରକାରୀ କମ୍ୟୁନିଟୀ ନୋଟସ ପୋଗ୍ରାର ଅଂଶୀଦାର ହେବ, ଏହାପରେ ସେ ଏକ୍ସରେ ଭୁଲ ତଥ୍ୟ ପ୍ରସାରିତ ଯେକୌଣସି ପୋଷ୍ଟକୁ ରିପୋର୍ଟ କରିପାରିବେ ।

Get real time updates directly on you device, subscribe now.