fbpx
BJD
BJD SKY
BJD SKY

ବଡ଼ ଦୁଃଖ ଖବର: ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ପିତାଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନର ପ୍ରାର୍ଥୀ ଘୋଷଣା ପାଇଁ ରାଜନୈତକ ଦଳମାନେ ବ୍ୟସ୍ତ ରହିଥିବା ବେଳେ ନେତାମାନେ ମଧ୍ୟ କିପରି ବିଜୟ ହାସଲ କରିବେ ସେନେଇ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ଦୁଃଖ ଖବର । ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ପିତାଙ୍କ ପରଲୋକଙ୍କ ଘଟିଛି । ପ୍ରଦୀପଙ୍କ ପିତା ଗୌରୀ ଅମାତଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଛି ।

ପ୍ରଦୀପ ପ୍ରଥମ ଥର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହେବା କ୍ଷେତ୍ରରେ ତାଙ୍କ ପିତାଙ୍କର ବଡ଼ ଭୂମିକା ରହିଥିଲା । ତେଣୁ ବାପାଙ୍କ ପରଲୋକ ପରେ ଏବେ ପ୍ରଦୀପ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ବାସଭବନରେ ଗୌରୀ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଗତ କିଛିଦିନ ହେବ ତାଙ୍କର ଚିକିତ୍ସା ଚାଲିଥିଲା । ପିତାଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଦୀପ ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଗୌରୀଙ୍କ ମୃତଦେହ ତାଙ୍କର ବୌଦ୍ଧ ସ୍ଥିତ ବାସଭବନକୁ ନିଆଯିବା ପରେ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ଏହି ଖବର ପାଇଁ ଅନେକ ରାଜନେତା, ପ୍ରଦୀପଙ୍କ ସମ୍ପର୍କୀୟ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.