fbpx

ଭାରତୀୟ ବଜାରରେ ଶସ୍ତା ହେବ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ, ସରକାର ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ଦରଦାମ୍ ବଢ଼ିଚାଲିଥିବା ବେଳେ ଏବେ ସେଥିରୁ ସାମାନ୍ୟ ଆରାମ ମିଳିଛି । ସରକାର ପେଟ୍ରୋଲ-ଡିଜେଲ ଓ ଗହମ ଶସ୍ତା କରିଥିବା ବେଳେ ଖାଇବା ତେଲ ଓ ଚିନି ଦାମ୍ କମ୍ କରିବାକୁ ଯୋଜନା କରୁଛନ୍ତି । ଭାରତୀୟ ବଜାରରେ ଶସ୍ତା ହେବ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ।

ସୂଚନା ଅନୁସାରେ, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲର ଡ୍ୟୁଟି ମୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ଦେଇଛି । ବାର୍ଷିକ ୨୦ ଲକ୍ଷ ଏମଟି ଅଶୋଧିତ ସୋୟାବିନ୍ ଓ ସୂର୍ଯ୍ୟମୁଖି ଆମଦାନୀକୁ ଅନୁମତି ମିଳିଛି । ଆଜିଠାରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡ୍ୟୁଟି ମୁକ୍ତ ଆମଦାନୀ କରିହେବ । ଖାଇବା ତେଲ ଅହେତୁକ ଦାମ୍ ବୃଦ୍ଧି ଦେଖି କେନ୍ଦ୍ର ଟିକସ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛି । ଆବଶ୍ୟକତାର ୬୦% ସୋୟାବିନ୍ ଓ ସୂର୍ଯ୍ୟମୁଖୀ ଭାରତ ଆମଦାନୀ କରେ । ମୁଖ୍ୟତଃ ୟୁକ୍ରେନରୁ ସୂର୍ଯ୍ୟମୁଖୀ ଆମଦାନୀ ହୁଏ, ଯାହାକି ଯୁଦ୍ଧ ପାଇଁ ପ୍ରଭାବିତ ହୋଇଛି ।

ଅନ୍ୟପଟେ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ସରକାର ଜୁନ୍ ୧ରୁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ଯୋଗୁଁ ଘରୋଇ ବଜାରରେ ଚିନିର ଉପଲବ୍ଧିତା ବଢ଼ିବ ଓ ମୂଲ୍ୟ ବୃଦ୍ଧି ଉପରେ ରୋକ୍ ଲାଗିବ । ଚିନି ରପ୍ତାନି ଉପରେ ନିଷେଧାଦେଶ ସମ୍ପର୍କରେ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଡିଜିଏଫଟି ଏକ ବିଜ୍ଞପ୍ତିରେ କହିଛି ଯେ, ଚିନି ରପ୍ତାନିକୁ ଜୁନ୍ ୧, ୨୦୨୨ ଠାରୁ ପ୍ରତିବନ୍ଧିତ ବର୍ଗରେ ରଖାଯାଇଛି ।

Get real time updates directly on you device, subscribe now.