fbpx

ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ କ’ଣ ଶିଖନ୍ତି? କେମ୍ବ୍ରିଜ୍ ରେ ଭାରତ ରାଜନୀତିରେ ପ୍ରସଙ୍ଗରେ ରାହୁଲ ଦେଲେ ଏଭଳି ଉତ୍ତର

ଇଂଲଣ୍ଡ: କଂଗ୍ରେସ ପୁର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ଲଣ୍ଡନ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ତାଙ୍କ ଉପରେ କରୁିବା ଆକ୍ରମଣକୁ ସେ ମନେ ପକାଇଛନ୍ତି । ସେ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣକୁ ଦୁଇଟି ନଜରରେ ଦେଖନ୍ତି । ଏହି ସମୟରେ ସେ ତାଙ୍କର ପିତା ପୁର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତୁକୁ ଜୀବନର ସବୁଠୁ ବଡ଼ ଶିକ୍ଷା ବୋଲି କହିଥିଲେ ।

ରାହୁଲ ବର୍ତ୍ତମାନ ଭାରତରେ ନିଜର ରାଜନୈତିକ ଜୀବନ ଉପରେ କହିଛନ୍ତି ଯେ, ଯଦି ମୁଁ ପଛକୁ ଚାହିଁ ଦେଖିବି, ପ୍ରଧାନମନ୍ତ୍ରୀ ମୋ ଉପରେ ବିଭିନ୍ନ ବିଷୟକୁ ନେଇ ଆକ୍ରମଣାତ୍ମକ ରୁହନ୍ତି । କିନ୍ତୁ ମୁଁ ଏଭଳି ବିଷୟକୁ ନେଇ କହିପାରେ କି “ହେ ଭଗବାନ ସେ କେତେ ଖରାପ, ମୋତେ ଏ ପ୍ରକାର ଆକ୍ରମଣ କରୁଛନ୍ତି’ । ଏହା ଛଡ଼ା ଏହାକୁ ଦେଖିବାକୁ ଅନ୍ୟ ଏକ ନଜରିଆ ମଧ୍ୟ ରହିଛି । ଏହା ହେଉଛି, “ବହୁତ ଭଲ, ମୁଁ ତାଙ୍କଠାରୁ (ମୋଦୀ) କିଛି ଶିଖିପାରେ, ମୋତେ ଆଉ କିଛି ଶିଖିବି ।’

କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସାକ୍ଷାତକାର ସମୟରେ ଭାରତରେ ପରିବର୍ତ୍ତିତ ରାଜନୀତିରେ ନିଜର ଲକ୍ଷ୍ୟ ବିଷୟରେ କହିଛନ୍ତି ରାହୁଲ କହିଛନ୍ତି ଯେ, ଯୁବକ ମାନଙ୍କ ପାଇଁ ତାଙ୍କ ପାର୍ଟିର ଦ୍ୱାର ସର୍ବଦା ଖୋଲା ରହିଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଯୁବକମାନେ ଭାରତ ରାଜନୀତିରେ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ ଏବଂ ଭାରତୀୟ ରାଜନୀତିରେ ପରିବର୍ତ୍ତନ ଆଣିବା ପାଇଁ ସେ କିପରି ଏହାର ଅଂଶ ହୋଇପାରିବେ ବୋଲି ପଚାରିଥିଲେ?

ଏହା ଉପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ତାଙ୍କ ଦଳର ନେତାଙ୍କ ସହ ଇଣ୍ଟରନେଟ୍ ଭାବରେ ଯୋଗଦାନ କରିପାରିବେ ଏବଂ ଏହା ପରେ ତାଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ, ଯଦିଓ ସେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବା ଉଚିତ ବୋଲି କହିଛନ୍ତି।

 

Get real time updates directly on you device, subscribe now.