fbpx

ହାଜତ ମୃତ୍ୟୁ ହୋଇଥିବା ମାନିଲେ ଏସପି

ପୁରୀ,୧୯ ।୧୧(ଓଡିଶା ଭାସ୍କର): ପୁରୀ ବାସେଳୀସାହି ଥାନାରେ ହାଜତ ମୃତ୍ୟୁ ହୋଇଥିବା ମାନିଲେ ଏସପି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଏସପି ଅଖିଳେଶ୍ୱର ସିଂ । ସେ କହିଛନ୍ତି ଯେ, ‘ପୋଲିସ ସହ ଧସ୍ତାଧସ୍ତିରେ ଅଭିଯୁକ୍ତ ଆହତ ହୋଇଥିଲେ । ଅଭିଯୁକ୍ତଙ୍କୁ ତୁରନ୍ତ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଗାଇଡଲାଇନ୍ ଅନୁସାରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ । ବାସେଳୀସାହି ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି । ଉଚ୍ଚସ୍ତରୀୟ ତଦନ୍ତ ଅଧିକାରୀଙ୍କ ଦ୍ୱାରା ଅଭିଯୋଗର ତଦନ୍ତ ହେବ ।ଏକ ସ୍ୱତନ୍ତ୍ର ଟିମ୍ ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ କରିବେ ।’

Get real time updates directly on you device, subscribe now.