fbpx
BJD SKY
BJD SKY

ଆଶା ଛାଡିନି ସପା, ହେବ ବିହାର ପରି ଚମତ୍କାର ? ପଛୁଆ ରହିବା ନେଇ ଟିଭି ଉପରେ ଲଦିଲା ଦୋଷ

BJD

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଏ ପର୍ଯ୍ୟନ୍ତ ଯେଉଁ ଚିତ୍ର ସାମ୍ନାକୁ ଆସିଛି ସେହି ଅନୁଯାୟୀ, ରାଜ୍ୟରେ ବିଜେପି ପୁନର୍ବାର ସରକାର ଗଠନ କରିବାକୁ ଯାଉଛି। ଟ୍ରେଣ୍ଡରେ ବହୁ ପଛରେ ପଡିବା ପରେ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତା ଟିଭିରେ ଦେଖାଯାଉଥିବା ଟ୍ରେଣ୍ଡ ଉପରେ ଧ୍ୟାନ ନଦେବାକୁ କହିଛନ୍ତି। କାରଣ ସପାକୁ ଏବେ ମଧ୍ୟ ପ୍ରତ୍ୟାବର୍ତ୍ତନର ଆଶା ରହିଛି। ପାର୍ଟି ନିଜ କାର୍ଯ୍ୟକର୍ତ୍ତାଙ୍କୁ ଭୋଟ୍ ଗଣତି କେନ୍ଦ୍ରରେ ରହିବାକୁ କୁହାଯାଇଛି। ସପାକୁ ୨୦୧୫ ବିହାର ବିଧାନସଭା ନିର୍ବାଚନ ପରି ଚମତ୍କାର ହେବା ନେଇ ଆଶା ରହିଛି। କାରଣ ଅପରାହ୍ନରେ ବିହାରରେ ବାଜି ଓଲଟିଥିଲା।

ସମାଜବାଦୀ ପାର୍ଟି ନେତା ଏହା ମଧ୍ୟ କହିଛନ୍ତି, ଚୂଡାନ୍ତ ଫଳାଫଳ ହିଁ ତାଙ୍କ ପକ୍ଷରେ ରହିବ। ସପାର ଅଧିକାରୀକ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରାଯାଇଛି ଯେ, ସମସ୍ତ ସମାଜବାଦୀ ଏବଂ ସହଯୋଗୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଅପିଲ୍ କରାଯାଉଛି ଯେ, ଟିଭିରେ ପ୍ରସାରଣ ହେଉଥିବା ଟ୍ରେଣ୍ଡକୁ ଧ୍ୟାନ ନଦେଇ ନିଜ ନିଜ ବୁଥରେ ଡେରା ପକାଇ ଥାଆନ୍ତୁ। ଶେଷରେ ଗଣତନ୍ତ୍ରର ବିଜୟ ହେବ ଏବଂ ପରିଣାମ ସପା ମେଣ୍ଟ ସପକ୍ଷରେ ଆସିବ।

ଅନ୍ୟ ଏକ ଟୁଇଟରେ ସପା କହିଛି, ଅଧିକାଂଶ ସିଟରେ ୨୦୦ ରୁ ୩୦୦ ଭୋଟର ବ୍ୟବଧାନ ରହିଛି। ଟିଭି ମିଡିଆ ଦ୍ଵାରା ଭିନ୍ନ ଖେଳ ଖେଳାଯାଉଛି। ସପା କାର୍ଯ୍ୟକର୍ତ୍ତାଙ୍କୁ ହତୋତ୍ସାହିତ କରିବାର ଖେଳ ମିଡିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା କରାଯାଉଛି। ଏମିତି ହେଲେ ସପା କାର୍ଯ୍ୟକର୍ତ୍ତା ମତଗଣନା କେନ୍ଦ୍ର ଛାଡି ଚାଲିଯିବେ ଏବଂ ଅନ୍ତିମ ପରିଣାମରେ ବିଜେପି ଗଡବଡ କରି ପାରିବ। କିନ୍ତୁ ପରେ ଏହି ଦୁଇଟି ଟୁଇଟକୁ ଡିଲିଟ୍ କରାଯାଇଛି।

ଟ୍ରେଣ୍ଡ ଅନୁଯାୟୀ, ୪୦୩ ବିଧାନସଭା ସଦସ୍ୟ ବିଶିଷ୍ଟ ୟୁପି ନିର୍ବାଚନରେ ବିଜେପି ୨୬୨ ସିଟରେ ଆଗରେ ରହିଥିବା ବେଳେ ସପା ୧୩୧ ସିଟରେ ଅଗ୍ରଣୀ ହାସଲ କରିଛି। ବିଏସପି ଏବଂ କଂଗ୍ରେସ ନିଜର ଅସ୍ଥିତ୍ଵ ହରାଇବାର ଦ୍ଵାର ଦେଶରେ ଅଛନ୍ତି। ବିଏସପି ମାତ୍ର ୪ ଏବଂ କଂଗ୍ରେସ ୩ଟି ସିଟରେ ଆଗରେ ରହିଛନ୍ତି। ଅନ୍ୟ ୨ଟି ସିଟରେ ଆଗରେ ରହିଛନ୍ତି।

 

Get real time updates directly on you device, subscribe now.