fbpx

ନୂଆବର୍ଷ ନେଇ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ, ୩୦ା୧୨(ଓଡ଼ିଶା ଭାସ୍କର): ନୂଆବର୍ଷରେ ପୁରୀରେ ସୁରକ୍ଷା ନେଇ ପୁରୀ ଏସପି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ପୁରୀ ସହରକୁ ୨୭୬ ଅଧିକାରୀ ଓ ୬୫ପ୍ଲାଟୁନ ଫୋର୍ସ ଜଗିବେ । ଏହାସହ ୧୨୬୫ପୋଲିସ କର୍ମଚାରୀ ଓ ହୋମଗାର୍ଡ଼ ନିୟୋଜିତ ହେବେ । ସୁଭାଷ ବୋଷ ଛକରୁ ଷ୍ଟାଲିଂ ଛକ ଯାଏଁ ପୋଲିସ ଟ୍ରାଫିକ କଟକଣା ଲାଗୁ କରିଛି । ଡିସେମ୍ବର ୩୧ ଓ ଜାନୁଆରି ୧ରେ ପୁରୀକୁ ଭାରିଯାନ ଚଳାଚଳ ମନା କରାଯାଇଛି । ମାର୍କେଟ ଛକରୁ ୪ଚକିଆ ଯାନ ବନ୍ଦ ହେବା ସାଙ୍ଗକୁ ସମୁଦ୍ରକୂଳ ରାସ୍ତା ୱାନ ୱେ କରାଯିବ ବୋଲି ସୂଚନା ମିଳିଛି ।

ଏହାସହ ବଡ଼ଦାଣ୍ଡକୁ ୩ଟି କରିଡ଼ରରେ ବିଭକ୍ତ କରାଯିବ । ପ୍ରଥମରେ ସାଧାରଣ ଭକ୍ତଙ୍କ ପାଇଁ ମଝି କରିଡ଼ର ରହିବ । ଦ୍ୱିତୀୟରେ ଦିବ୍ୟାଙ୍ଗ, ବୃଦ୍ଧ ଓ ଜରୁରୀକାଳୀନ ଯାନ ପାଇଁ ବାମ କରିଡ଼ର ରହିବ । ତୃତୀୟରେ ଶ୍ରୀମନ୍ଦିରରୁ ଫେରୁଥିବା ଭକ୍ତଙ୍କ ପାଇଁ ଡାହାଣ କରିଡ଼ର ରଖାଯିବ । ଅଧିକ ଭକ୍ତ ହେଲେ ଗୁଣ୍ଡିଚା ମନ୍ଦିର ସାମ୍ନା , ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯିବ । ମେରାଇନ ଡ୍ରାଇଭରେ ଗାଡ଼ି ପାର୍କିଂ କରିବାକୁ ମଧ୍ୟ ମନା କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ପୁରୀରେ ହୋଇଛି ୪ଟି କଣ୍ଟ୍ରୋଲ ରୁମ୍ । ଏହାସହ ସମୁଦ୍ରକୂଳରେ ନିୟୋଜିତ ହେବେ ୯୦ଲାଇଫ ଗାର୍ଡ଼ ।

Get real time updates directly on you device, subscribe now.