fbpx
BSKY
BJD SHG SKY
BJD MC SKY

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଶାଖା

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ରୋକିବାକୁ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଅପରାଧ ରୋକିବାକୁ ଖୋଲିବ ସ୍ୱତନ୍ତ୍ର ଶାଖା । ସ୍ୱତନ୍ତ୍ର ଶାଖା ପାଇଁ ୬୨ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରି ଦେଇଛନ୍ତି । ପୋଲିସ ମହାନିରୀକ୍ଷକ ପାହ୍ୟାର ଅଧିକାରୀ ହେବେ ଶାଖାର ମୁଖ୍ୟ । ଏହି ଶାଖାରେ ପୋଲିସ ବିଭାଗର ୬୦ କର୍ମଚାରୀ କାମ କରିବେ । ସାଇବର ଫୋରେନ୍ସିକ ଆଇଟି ବିଶେଷଜ୍ଞଙ୍କ ପାଇଁ ୨ଟି ପଦବୀ ମଞ୍ଜୁର ହୋଇଛି । ଶାଖାରେ ରହିବେ ୨ ଏଏସପି, ୧୦ ଡିଏସପି, ୯ ଇନସ୍ପେକ୍ଟର ଓ ୧୦ ଏସଆଇ । ଏହା ସହ ୮ ଜଣ ଏଏସଆଇ ଓ ୧୪ କନେଷ୍ଟବଳ ମଧ୍ୟ ଶାଖାରେ ନିଯୁକ୍ତ ହେବେ । ଏହା ଛଡା ୫ଟି ମନ୍ତ୍ରୀସ୍ତରୀୟ କର୍ମଚାରୀ ପଦବୀକୁ ମଧ୍ୟ ମଞ୍ଜୁରି ମିଳିଛି ।

Get real time updates directly on you device, subscribe now.