fbpx
BSKY
BJD SHG SKY
BJD YOUTH SKY

କୋଭିଡ୍ ଟିକାକରଣ: ଫେବୃଆରୀ ୧୪ରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର, ୨୫ା୧ (ଓଡିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୧୪ ତାରିଖ ଠାରୁ ଦ୍ୱିତୀୟ ଡୋଜ୍ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ତେବେ ଫେବୃଆରୀ ୧୦ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଦିଆଯିବ । ରାଜ୍ୟର ମୋଟ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୨ ହଜାର ୩୫୧ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଡାଟାବେସ୍ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ରାତି ୧୨ଟା ପରେ ପଞ୍ଜୀକୃତଙ୍କ ସଂଖ୍ୟା ଜଣାପଡ଼ିବ । ଦ୍ୱିତୀୟ ପର୍ଯ୍ୟାୟ ସରିବା ପରେ ତୃତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.