fbpx

ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ,୨୫ ।୧(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ସିଇଓଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇ କହିଛନ୍ତି ଯେ, ‘ ଆସନ୍ତାକାଲିଠାରୁ ଉପନିର୍ବାଚନ ପାଇଁ ତାଲିମ ପ୍ରକ୍ରିୟା ଆରମ୍ଭ ହେବ । କୋଭିଡ ଗାଇଡଲାଇନ୍ ଦୃଷ୍ଟିରୁ ଅଧିକ ସଂଖ୍ୟକ ବୁଥ୍ କରାଯିବାର ବ୍ୟବସ୍ଥା ରହିବ । ପ୍ରତି ବୁଥରେ ହଜାରେ ଜଣ ଭୋଟରଙ୍କ ମତଦାନ ପାଇଁ ବ୍ୟବସ୍ଥା କରାଯିବ । ନିର୍ବାଚନ କମିସନଙ୍କ ତାରିଖ ଘୋଷଣା ପରେ ତ୍ୱରାନ୍ୱିତ ହେବ କାର୍ଯ୍ୟ ।’ ତେବେ ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇନି, କିନ୍ତୁ ଆମେ ପ୍ରସ୍ତୁତ ଅଛୁ ବୋଲି ସିଇଓ ଲୋହାନି କହିଛନ୍ତି ।

Get real time updates directly on you device, subscribe now.