fbpx

ସ୍ୱତନ୍ତ୍ର ବିମାନ ଯୋଗେ ଉତ୍ତର-ପୂର୍ବ ରାଜ୍ୟରୁ ଫେରୁଛନ୍ତି ଓଡ଼ିଆ

ଭୁବନେଶ୍ୱର, ୩ା୬(ଓଡ଼ିଶା ଭାସ୍କର): ଲକ ଡାଉନ ପାଇଁ ବହୁ ଓଡ଼ିଆ ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହାରି ମଧ୍ୟରେ ଆଜି ଉତ୍ତର-ପୂର୍ବ ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ଆଣୁଛନ୍ତି ରାଜ୍ୟ ସରକାର । ଅନ୍ୟ ରାଜ୍ୟରେ ଫସିଥିବା ଓଡ଼ିଆମାନେ ଘରକୁ ଫେରିବାକୁ ଅନୁରୋଧ କରିଥିଲେ । ପ୍ରବାସୀଙ୍କ ଅନୁରୋଧ କ୍ରମେ ସେମାନଙ୍କୁ ଓଡ଼ିଶା ଆଣୁଛନ୍ତି ସରକାର । ସେମାନଙ୍କୁ ଆଣିବା ଦାୟିତ୍ୱ ବରିଷ୍ଠ ଆଇପିଏସ ଅମିତାଭ ଠାକୁରଙ୍କୁ ଦିଆଯାଇଛି । ତାଙ୍କ ନେତୃତ୍ୱରେ ଆଜି ଉତ୍ତର-ପୂର୍ବ ରାଜ୍ୟରେ ଫସିଥିବା ଓଡ଼ିଆ ମାନେ ଫେରୁଛନ୍ତି । ତ୍ରିପୁରା, ମଣିପୁର, ଗୁଆହାଟି, ନାଗାଲାଣ୍ଡ, ଆସାମ, ମେଘାଳୟରେ ଫସିଛନ୍ତି ଓଡ଼ିଆ । ଯେଉଁ ସ୍ଥାନରେ ଓଡ଼ିଆ ଫସିଛନ୍ତି ସେଠାକୁ ରେଳ ଓ ବିମାନ ଯୋଗାଯୋଗ ନାହିଁ । ତେଣୁ ସ୍ୱତନ୍ତ୍ର ବିମାନରେ ସେମାନଙ୍କୁ ଫେରେଇ ଅଣାଯାଉଛି ।

Get real time updates directly on you device, subscribe now.