fbpx
BJD SKY
BJD SKY

ବ୍ରିଟେନ ଓ ଆମେରିକା ସଂସଦ ଭବନ ତୁଳନାରେ କେତେ ସ୍ୱତନ୍ତ୍ର ସବୁଠୁ ବୃହତ୍ତ ଗଣତନ୍ତ୍ରର ସଂସଦ ଗୃହ

BJD

ନୂଆଦିଲ୍ଲୀ:ଭାରତ ଦୁନିଆର ସବୁଠାରୁ ବଡ ଦେଶ ଓ ସବୁଠାରୁ ପୁରୁଣା ଗଣତନ୍ତ୍ର । ଏହାକୁ ଦୃଷ୍ଟିରେ ରଖି ନୂଆ ସଂସଦ ଭବନର ନିର୍ମାଣ କରାଯାଇଛି । ଗତକାଲି ଏହି ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏହିଦିନ ଭାରତୀୟ ସଂସଦୀୟ ଇତିହାସ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇ ରହିବ । ନୂଆ ଭାରତର ନୂଆ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତିଆରି ହୋଇଥିବା ଏହି ସଂସଦ ଭବନର କଣ ସ୍ୱତନ୍ତ୍ରତା ରହିଛି, ବିଶ୍ୱର ଅନ୍ୟ ଦେଶର ସଂସଦ ଭବନ ଠାରୁ ଏହା କେତେ ଅଲଗା ଓ ଏହାର ଭବ୍ୟତା କଣ ଏ ବିଷୟରେ ଜାଣିବାକୁ ସମସ୍ତଙ୍କ ମଧ୍ୟରେ ନିଶ୍ଚୟ ଉକ୍ରଣ୍ଠା ଭରି ରହିଥିବ ।
ଗତକାଲି ନୂଆ ସଂସଦ ଭବନ ଉଦଘାଟନ ହେବା ପରେ ଏହି ଗୃହରେ ହିଁ ଦେଶର ସମସ୍ତ ରାଜନୈତିକ, ପ୍ରଶାସନିକ ମାମଲାକୁ ନେଇ ଯୋଜନା ପ୍ରସ୍ତୁତ ହେବ । ଜନସଂଖ୍ୟା ମାମଲାରେ ଭାରତ ବିଶ୍ୱର ସବୁଠାରୁ ବଡ ଦେଶ । ବୃହତ୍ତ ଜନସଂଖ୍ୟାକୁ ନେଇ ଏହା ବିଶ୍ୱର ସବୁଠାରୁ ବଡ ଓ ସବୁଠାରୁ ପୁରୁଣା ଲୋକତନ୍ତ୍ର । ଭାରତର ନୂଆ ସଂସଦ ଭବନ ଏହି ଲୋକତନ୍ତ୍ରକୁ ନୂଆ ପରିଚୟ ଦେଉଛି । ତେବେ ବିଶ୍ୱର ଅନ୍ୟ ସଂଂସଦ ଗୃହ ଠାରୁ ଭାରତର ସଂସଦ ଭବନ କେତେ ଅଲଗା ।
ବିଶାଳତାର ତୁଳନା:
ଦୁନିଆର ଅନ୍ୟ ଦେଶର ସଂସଦ ଭବନ ଠାରୁ ଭାରତର ସଂସଦ ଭବନ କେବଳ ଅଧିକ ଭବ୍ୟ ନୁହେଁ ବରଂ ଏହା ସବୁଠାରୁ ବିଶାଳ । ଏହି ନୂତନ ସଂସଦ ଭବନ ୯.୫ ଏକର ଜମିରେ ନିର୍ମାଣ କରାଯାଇଛି । ଅନ୍ୟପକ୍ଷରେ ବ୍ରିଟିଶ ସଂସଦ ୫ ଏକର, ଆମେରିକା ସଂସଦ ୪ ଏକର, ଜାପାନୀ ସଂସଦ ୩.୩ ଏକର,ହଙ୍ଗେରୀ ସଂସଦ ୪.୫ ଏକର ଜମିରେ ନିର୍ମାଣ କରାଯାଇଛନ୍ତି ।
ବ୍ରିଟିଶ ସଂସଦ:ଭାରତକୁ ୨୦୦ ବର୍ଷରୁ ଅଧିକ ସମୟ ଧରି ଶାସନ କରୁଥିବା ବ୍ରିଟିଶ ସଂସଦକୁ ପ୍ୟାଲେସ୍ ଅଫ୍ ୱେଷ୍ଟମିନିଷ୍ଟର କୁହାଯାଏ । ଏହି ବିଲ୍ଡିଂର ଏରିଆ ପ୍ରାୟ ୫ ଏକର । ୪ ମହଲା ବିଶିଷ୍ଟ ଏହିି କୋଠାରେ ମୋଟ ୧୧୦୦ କୋଠରୀ ରହିଛି । ପ୍ୟାଲେସ୍ ଅଫ୍ ୱେଷ୍ଟ ମିନିଷ୍ଟର ଲଣ୍ଡନରେ ଅବସ୍ଥିତ ଓ ଏହାର ନାମ ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସାଇଟ୍ରେ ରହିଛି । ଏହି କୋଠା ୧୨୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଏ ।
ଆମେରିକାର ସଂସଦ:ସେହିପରି ଆମେରିକାର କ୍ୟାପିଟାଲ୍ ବିଲ୍ଡିଂ ୱାଶିଂଟନ୍ରେ ରହିଛି । କ୍ୟାପିଟାଲ୍ ବିଲ୍ଡିଂ ହେଉଛି ସେହି ଯାଗା ଯେଉଁଠି ସିନେଟ୍ ଓ ପ୍ରତିନିଧି ସଭା ରାଷ୍ଟ୍ରୀୟ ନୀତି ଉପରେ ଚର୍ଚ୍ଚା,ତର୍କ ଓ ବିଚାର ବିମର୍ଷ କରିଥାନ୍ତି । ଏହା ହେଉଛି ଠିକ୍ ସେହି କାମ ଯାହା ଆମ ସଂସଦରେ ସାଂସଦ ମାନେ କରିଥାନ୍ତି । ଏହି କ୍ୟାପିଟାଲ୍ ବିଲ୍ଡିଂ ୪ ଏକର ଯାଗାରେ ନିର୍ମାଣ ହୋଇଛି । ଏଥିରେ ୫୪୦ରୁ ଅଧିକ କୋଠରୀ ରହିଛି । ଏହାର ଶିଖର ଉପରେ ଏକ ବଡ ଗମ୍ବୁଜ ରହିଛି ଯାହା ଆମେରିକୀୟ ଲୋକତନ୍ତ୍ରର ପ୍ରତୀକ । ୧୭୯୩ରେ ଏହାର ଡିଜାଇନ୍ ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍ କରିଥିଲେ । ଆମେରିକୀୟ ସଂସଦ ୫୦୦ ବର୍ଷରୁ ଅଧିକ ପୁରୁଣା । କିନ୍ତୁ ସଂପୂର୍ଣ୍ଣ ଭାବରେ ଠିକ୍ ଠାକ୍ ଥିବା ବେଳେ ଭାରତ ସଂସଦ ୧୦୦ ବର୍ଷରୁ ବି କମ୍ ସମୟରେ ଖରାପ ହୋଇଯାଇଥିଲା । କୁହାଯାଉଛି ଏହି ସଂସଦକୁ ଭାରତର ଆବଶ୍ୟକତା ଅନୁଯାୟୀ ନୁହେଁ ବରଂ ଭାଇସରୟଙ୍କ ଆବଶ୍ୟକତା ଓ ଐଶ୍ୱର୍ଯ୍ୟ ହିସାବରେ ନିର୍ମାଣ କରାଯାଇଥିଲା ।
ଜାପାନ ସଂସଦ:ଜାପାନ ସଂସଦର ନାମ ନ୍ୟାସନାଲ୍ ଡାଏଟ୍ ଅର୍ଥାତ୍ ରାଷ୍ଟ୍ରୀୟ ଆହାର । ଏଠାରେ ବି ଦୁଇଟି ଗୃହ ଅର୍ଥାତ୍ ଅପର ହାଉସ୍ ଓ ଲୋୟର ହାଉସ୍ ରହିଛି । ଜାପାନ ସଂସଦରେ ବି ଦେଶ ପାଇଁ ଆଇନ ପ୍ରଣୟନ କରାଯାଏ । ଏହି ସଂସଦ ଭବନର ନିର୍ମାଣ ୧୯୨୦ରେ ଆରମ୍ଭ ହୋଈ ୧୯୩୬ରେ ସଂପନ୍ନ ହୋଇଥିଲା । ଅର୍ଥାତ୍ ଏହି ସଂସଦ ଭବନ ଭାରତର ପୁରୁଣା ସଂସଦ ଭବନ ପରେ ନିର୍ମାଣ ହୋଇଥିଲା ।
ଭାରତର ନୂଆ ସଂସଦ ଗୃହ:
ଏହି ସଂସଦ ଭବନ ୩ ବର୍ଷରେ ୧୨୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହା ଦୁନିଆର ସବୁଠାରୁ ଆଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହୋଇଛି । ଏହା ସାଢେ ୯ ଏକର ଜମିରେ ବ୍ୟାପି ରହିଛି ଓ ଆଗାମୀ ଶତାବ୍ଦୀକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହା କେବଳ ପ୍ରତି ଭାରତୀୟଙ୍କ ଲାଗି ନୁହେଁ ବରଂ ଗଣତନ୍ତ୍ର ଉପରେ ଭରସା ରଖୁଥିବା ପ୍ରତି ବ୍ୟକ୍ତିଙ୍କ ଲାଗି ଏହା ଗୌରବ ଓ ସମ୍ମାନର ସୌଧ ଅଟେ ।

Get real time updates directly on you device, subscribe now.