fbpx

IPL 2023 Prize Money: ଆଇପିଏଲ୍ ଚାମ୍ପିୟନ ଉପରେ ହେବ ଟଙ୍କାର ବର୍ଷା, ଜାଣନ୍ତୁ ଫାଇନାଲରେ ପରାଜିତ ଟିମ୍‌କୁ କେତେ ଟଙ୍କା ମିଳିବ ?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ଏବେ ଶେଷ ଚରଣରେ ପହଞ୍ଚିଛି । ରବିବାର ୨୮ ମଇ ରେ ଖେଳାଯିବାକୁ ଥିବା ଫାଇନାଲରେ ଚାରିଥର ବିଜେତା ଚେନ୍ନାଇ ସୁପର କିଙ୍ଗସ୍‌କୁ ଭେଟିବ ଗୁଜରାଟ ଟାଇଟାନ୍ସ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ରେ ଆରମ୍‌ଭ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ପୁରା ବିଶ୍ୱର ନଜର ରହିବ । ଏହି ଫାଇନାଲ ମ୍ୟାଚ୍ ପରେ ପୁରସ୍କାରରେ ଟଙ୍କାର ବର୍ଷା ହେବ ।

ଚଳିତ ଥର ଆଇପିଏଲ୍ ଚାମ୍ପିୟନ ହେବାକୁ ଥିବା ଟିମ୍‌କୁ ୨୦ କୋଟି ଟଙ୍କା ମିଳିବ । ସେହିପରି ଫାଇନାଲରେ ହାରିଥିବା ଟିମ୍‌କୁ ୧୩ କୋଟି ଟଙ୍କା ମିଳିବ । ସେହିଭଳି ତୃତୀୟରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚତୁର୍ଥରେ ଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ମଧ୍ୟ ଏକ ବଡ଼ ଅର୍ଥରାଶି ପୁରସ୍କାର ମିଳିବ ।

ଜାଣନ୍ତୁ କେଉଁ ପୁରସ୍କାର ପାଇଁ ମିଳିବ କେତେ ଟଙ୍କା ?

  • ବିଜେତା ଦଳ – ୨୦ କୋଟି ଟଙ୍କା ।
  • ରନର୍ସ ଅପ୍ – ୧୩ କୋଟି ଟଙ୍କା ।
  • ଟିମ୍ ନମ୍ବର ତିନି (ମୁମ୍ବାଇ ଇଣ୍ଡିଆନ୍ସ) – ୭ କୋଟି ଟଙ୍କା ।
  • ୪ ନମ୍ବର ଚାରି ଦଳ (ଲକ୍ଷ୍ନୌ ସୁପର ଜାଆଣ୍ଟସ୍‌) – ୬.୫ କୋଟି ଟଙ୍କା ।
  • ଟୁର୍ନାମେଣ୍ଟର ଉଦୀୟମାନ ଖେଳାଳି – ୨୦ ଲକ୍ଷ ଟଙ୍କା ।
  • ସିଜନର ସୁପର ଷ୍ଟ୍ରାଇକର – ୧୫ ଲକ୍ଷ ଟଙ୍କା ।
  • ଅରେଞ୍ଜ କ୍ୟାପ୍ – ୧୫ ଲକ୍ଷ ଟଙ୍କା (ସର୍ବାଧିକ ରନ୍‌)
  • ପର୍ପଲ କ୍ୟାପ୍ – ୧୫ ଲକ୍ଷ ଟଙ୍କା (ସର୍ବାଧିକ ୱିକେଟ୍‌)
  • ସିଜନର ସବୁଠାରୁ ମୂଲ୍ୟବାନ ଖେଳାଳି – ୧୨ ଲକ୍ଷ ଟଙ୍କା ।
  • ସର୍ବାଧିକ ଛକା ରେକର୍ଡ – ୧୨ ଲକ୍ଷ ଟଙ୍କା ।
  • ଗେମ୍ ଚେଞ୍ଜର ଅଫ ଦି ସିଜିନ୍‌- ୧୨ ଲକ୍ଷ ଟଙ୍କା ।

ଆଇପିଏଲ୍ ୨୦୨୩ ରେ ପ୍ଲ ଅଫ ସମେତ ମୋଟ୍ ୭୪ ମ୍ୟାଚ୍ ଖେଳାଯାଇଛି । ଏଥିରେ ୭୦ ଲିଗ୍ ମ୍ୟାଚ୍ ରହିଛି ଯେଉଁଥିରେ ୧୮ ଡବଲ୍ ହେଡର ସାମିଲ ରହିଛି ।

IPL ୨୦୨୩ ରେ ସବୁଠୁ ଅଧିକ ରନ୍।

  1. ଶୁବମାନ ଗିଲ (ଗୁଜୁରାଟ ଟାଇଟାନ୍ସ) – ୮୫୧ ରନ୍।
  2. ଫାଫ୍ ଡୁ ପ୍ଲେସିସ୍ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) – ୭୩୦ ରନ୍।
  3.  ବିରାଟ କୋହଲି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) – ୬୩୯ ରନ୍।
  4.  ଡିଭନ୍ କନୱେ (ଚେନ୍ନାଇ ସୁପର କିଙ୍ଗସ୍) – ୬୨୫ ରନ୍।
  5. ଯଶାସଭି ଜ ସଗ୍ଦ ସୱାଲ (ଚେନ୍ନାଇ ସୁପର କିଙ୍ଗସ୍) – ୬୨୫ ରନ୍।

IPL ୨୦୨୩ ରେ ସର୍ବାଧିକ ୱିକେଟ୍।

  1.  ମହମ୍ମଦ ଶାମି (ଗୁଜୁରାଟ ଟାଇଟାନ୍ସ) – ୨୮ ୱିକେଟ୍।
  2. ରସିଦ ଖାନ (ଗୁଜୁରାଟ ଟାଇଟାନ୍ସ) – ୨୭ ୱିକେଟ୍।
  3.  ମୋହିତ ଶର୍ମା (ଗୁଜୁରାଟ ଟାଇଟାନ୍ସ) – ୨୪ ୱିକେଟ୍।
  4.  ପୀୟୁଷ ଚାୱଲା (ମୁମ୍ବାଇ ଇଣ୍ଡିଆନ୍ସ) – ୨୨ ୱିକେଟ୍।
  5.  ୟୁଜବେନ୍ଦ୍ର ଚହଲ (ରାଜସ୍ଥାନ ରୟାଲ୍ସ) – ୨୧ ୱିକେଟ୍।

Get real time updates directly on you device, subscribe now.